ପର୍ଯ୍ୟାପ୍ତ ବିଚାରପତି ନଥିବାରୁ ଓକିଲଙ୍କ ଉପରେ କ୍ଷୁବ୍ଧ ହେଲେ ସିଜେଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ପର୍ଯ୍ୟାପ୍ତ ବିଚାରପତି ନଥିବାରୁ ଓକିଲଙ୍କ ଉପରେ କ୍ଷୁବ୍ଧ ହେଲେ ସିଜେଆଇ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଓକିଲମାନେ ଏକାଧିକ ମାମଲାର ଜରୁରୀ ଶୁଣାଣି କରିବାକୁ ବାରମ୍ବାର ଅନୁରୋଧ କରିବାରୁ ପ୍ରଧାନ ବିଚାରପତି(ସଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓକିଲଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

ସୁପ୍ରିମକୋର୍ଟରେ ଆବଶ୍ୟକ ସଂଖ୍ୟାରେ ବିଚାରପତି ନଥିବା ବେଳେ ଏତେସବୁ ମାମଲାର ଜରୁରୀ ଶୁଣାଣି ପାଇଁ କାହିଁକି ଆବେଦନ କରାଯାଉଛି ବୋଲି ଜଷ୍ଟିସ୍‌ ଗୋଗୋଇ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ବର୍ତ୍ତମାନ ଲକ୍ଷାଧିକ ମାମଲା ଶୁଣାଣି ହେବା ଅପେକ୍ଷାରେ ରହିଛି। କିନ୍ତୁ ମାମଲା ଅନୁସାରେ ଆବଶ୍ୟକ ସଂଖ୍ୟକ ବିଚାରପତି ସୁପ୍ରିମକୋର୍ଟରେ ନଥିବା କଥା ବାରମ୍ବାର ସାମ୍ନାକୁ ଆସିଛି।

ଆଜି ଓକିଲମାନେ ଏକାଧିକ ମାମଲାର ଜରୁରୀ ଶୁଣାଣି କରିବାକୁ ସିଜେଆଇ ଜଷ୍ଟିସ୍‌ ଗୋଗୋଇଙ୍କୁ କହିଥିଲେ। ଏହି ସମୟରେ ଜଷ୍ଟିସ୍‌ ଗୋଗୋଇ ନିଜର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ “ ପେଣ୍ଡିଂ ମାମଲାର ଶୁଣାଣି ପାଇଁ ଏଠାରେ ଆବଶ୍ୟକ ସଂଖ୍ୟକ ବିଚାରପତି ନାହାନ୍ତି। ତଥାପି ଆପଣମାନେ ସବୁ ମାମଲାର ଜରୁରୀ ଶୁଣାଣି କରିବାକୁ ଆବେଦନ କରୁଛନ୍ତି।

ଯଦି କାହାକୁ ଫାଶୀ କିମ୍ବା ଆଜୀବନ ଜେଲଦଣ୍ଡ ହେଉଛି, ତା’ହେଲେ ଯାଇ ସେହି ମାମଲା ଗୁଡ଼ିକର ଜରୁରୀ ଶୁଣାଣି କରାଯାଇପାରିବ। ମୁଁ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆମେ କୌଣସି କମ୍‌ ଗୁରୁତ୍ୱ ବହନ କରୁଥିବା ମାମଲାର ଜରୁରୀ ଶୁଣାଣି କରିପାରିବୁ ନାହିଁ। ବର୍ତ୍ତମାନ ୫୦୦ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ ହୋଇଛି। ହେଲେ ଏଥିପାଇଁ ବିଚାରପତି କାହାନ୍ତି?

ବିଚାରପତି ନଥିବା ସତ୍ତ୍ୱେ ଆପଣମାନେ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରି ଚାଲିଛନ୍ତି। କେବଳ ସୁପ୍ରିମକୋର୍ଟ ନୁହେଁ ବିଚାରପତିଙ୍କ ଅଭାବ ଯୋଗୁ ହାଇକୋର୍ଟରେ ମଧ୍ୟ ଲକ୍ଷ ଲକ୍ଷ ମାମଲା ପେଣ୍ଡିଂ ହୋଇ ରହିଛି।”

ଗତବର୍ଷ ପୂର୍ବତନ ସିଜେଆଇ ଜଷ୍ଟିସ୍‌ ଦୀପକ ମିଶ୍ର ମଧ୍ୟ ଆବଶ୍ୟକ ବିଚାରପତିଙ୍କ ଅଭାବ ଥିବା ଦର୍ଶାଇ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ୨୭ ଜଣ ବିଚାରପତି ରହିଛନ୍ତି। ଏଠାରେ ୩୧ଟି ବିଚାରପତି ପଦବୀ ରହିଛି।



from Odisha Reporter https://ift.tt/2HKiZwR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages