ଆଠଗଡ଼ ଛକରେ ଚା’ ପିଇ ମନ କିଣିଲେ ପ୍ରକ୍ତାନ ଡିଜି ପ୍ରକାଶ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଆଠଗଡ଼ ଛକରେ ଚା’ ପିଇ ମନ କିଣିଲେ ପ୍ରକ୍ତାନ ଡିଜି ପ୍ରକାଶ ମିଶ୍ର

କଟକ(ନୀଳକଣ୍ଠ ଦୋରା): ଖରା ବଢୁଛି, ତା ସାଥିରେ ବଢୁଛି ନିର୍ବାଚନୀ ଉଷ୍ମତା। ଦିନ ବେଳେ ପାଣି ପଣା ଆଉ ସଞ୍ଜରେ ଚା’ର ଚୁସ୍‌କି ମାରି ଜମୁଛି ପ୍ରଚାର। ପ୍ରାର୍ଥୀ ଆଉ ଭୋଟର ହେଉଛନ୍ତି ଏକାଠି। କଥା କଥାରେ ଉଠୁଛି ସମସ୍ୟା। ଆଉ ପ୍ରତିଶ୍ରୁତି ବି ମିଳୁଛି ଆଶନୁରୂପ।

କେନ୍ଦ୍ରରେ ବିଜେପି ସରକାର ଆସିବା ଆଗରୁ ମୋଦିଙ୍କ ଅତୀତ ଆଉ ଚା’ ବିକ୍ରୟ ପ୍ରସଙ୍ଗ ଉଠିଥିଲା। ଆଉ କଂଗ୍ରେସର ଏହି କମେଣ୍ଟକୁ ଅସ୍ତ୍ର କରି ଚା’ ପିଆଇ ଭୋଟରଙ୍କ ମନ ଜିଣିଥିଲା ବିଜେପି। ନିର୍ବାଚନ ଲଢି ଗାଦି ବି ହାତେଇଲା। ଓଡ଼ିଶାରେ ବି ସେଇ ଧାରା ବଳବତ୍ତାର ରହିଛି। ପୂର୍ବତନ କେନ୍ଦ୍ରାପଡା ଏମ୍‌ପି ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ ଚା’ ଖଟି ମଧ୍ୟ ଭୋଟରଙ୍କ ମନକୁ ପାଇଛି। ଆଉ ଏଇ ଧାରାକୁ ଆଗକୁ ବଢାଇଛନ୍ତି ପୂର୍ବତନ ଡିଜି ପ୍ରକାଶ ମିଶ୍ର।

ଶ୍ରୀ ମିଶ୍ର ଏଥର କଟକ ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ। ହେବିୱେଟ୍‌ମାନଙ୍କ ତାଲିକାରେ ତାଙ୍କ ନାଁ ସର୍ବାଗ୍ରେ ରହିଛି। କାଲି ସେ ଆଠଗଡରେ ମହାପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଆଉ ତା’ ପରେ ଆଠଗଡ ଛକରେ ଜମିଥିଲା ଚା’ ଖଟି। ଆଠଗଡ଼ର ଗୋପବନ୍ଧୁ ଛକ ନିକଟରେ ଥିବା ଏକ ଚା’ ଦୋକାନରେ ପହଞ୍ଚି ସାଧାରଣ ଲୋକଙ୍କ ସହ ଗରମା ଗରମ ଚା’ର ଚୁସ୍‌କି ମାରିଥିଲେ ପ୍ରକାଶ ମିଶ୍ର। ଆଉ ଜନତାଙ୍କ ମନ କିଣିବାକୁ ଚେଷ୍ଟା କରିଥିଲେ।

ଆଜି ମଧ୍ୟ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ମିଶ୍ର। ସ୍ଥାନୀୟ ମହାବୀର ପ୍ଲାଜାଠାରେ ସ୍ଥାନୀୟ ବିଜେପି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଫୁଙ୍କିଥିଲେ। ଶ୍ରୀ ମିଶ୍ର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଠଗଡର ଗ୍ରାମ ଦେବତୀ ମା’ ବାଉତୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ।



from Odisha Reporter https://ift.tt/2WyUOVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages