ରାଜଧାନୀରେ ନିଅନ୍ତୁ ଜଙ୍ଗଲ ବୁଲିବାର ମଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ରାଜଧାନୀରେ ନିଅନ୍ତୁ ଜଙ୍ଗଲ ବୁଲିବାର ମଜା

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଦୀର୍ଘ ବର୍ଷ ଧରି ମନ୍ଦିରମାଳିନୀ ପରିଚୟ ପାଇ ଆସିଥିବା ଭୁବନେଶ୍ୱର ଏବେ ଜୈବ ପର୍ଯ୍ୟଟନ(ଇକୋ ଟୁରିଜିମ୍‌) ପାଇଁ ପ୍ରସିଦ୍ଧ ହେବ। ରାଜ୍ୟ ସରକାର ଏଭଳି ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ସହ ପ୍ରାକୃତିକ ପର୍ଯ୍ୟଟନର ମଧ୍ୟ ମଜା ନେଇହେବ ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟର ୨୦ ବର୍ଗ କି.ମି. ଭରତପୁର ସଂରକ୍ଷିତ ଜଙ୍ଗଲରେ ଲୋକାର୍ପିତ ହୋଇଛି ଜଙ୍ଗଲ ସଫାରୀ। ଏଥିପାଇଁ ୫ଟି ସ୍ୱତନ୍ତ୍ର ଗାଡ଼ିର ବନ୍ଦୋବସ୍ତ ରହିଛି । ପ୍ରତିଦିନ ବ୍ୟାଟେରିଚାଳିତ ଗାଡ଼ିରେ ପର୍ଯ୍ୟଟକ ଜଙ୍ଗଲ ସଫାରି ବୁଲି ଏହାର ମଜା ଉଠାଇ ପାରିବେ ।

ଏହାଦ୍ୱାରା ପର୍ଯ୍ୟଟକଙ୍କ ସମେତ ସ୍କୁଲ, କଲେଜ ପିଲାମାନେ ମଧ୍ୟ ପ୍ରାକୃତିକ ପରିବେଶ ଓ ବନ୍ୟ ଜୀବଜନ୍ତୁଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ । କେବଳ ଜଙ୍ଗଲୀ ଜନ୍ତୁ ନୁହଁନ୍ତି, ବିଭିନ୍ନ ପ୍ରକାର ପକ୍ଷୀ ଓ ବୃକ୍ଷଲତା ମଧ୍ୟ ଏଠି ଆକର୍ଷଣର କେନ୍ଦ୍ରବିନ୍ଦୁ । ସଫାରି ପରିଦର୍ଶନ କରିବାକୁ ଯାଉଥିବା ଲୋକେ ଏହାର ଭରପୁର ଫାଇଦା ଉଠାଇ ପାରିବେ ।

ଏହି ଅବସରରେର ମୁଖ୍ୟ ଅତିଥ‍ ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ କହିଲେ, ଅତି ନିକଟରୁ ଜଙ୍ଗଲ ବୁଲିବାର ଅନୁଭୂତି ହାସଲ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି,  ଜଙ୍ଗଲ ସଫାରୀ ଲୋକଙ୍କ ମଧ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବ। ସହର ମଧ୍ୟରେ ଏଭଳି ପ୍ରାକୃତିକ ପରିବେଶ ଅନ୍ୟ କେଉଁଠାରେ ନାହିଁ ।



from Odisha Reporter https://ift.tt/2TAT7Jo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages