
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରୁ ଜଣେ ଯବାନଙ୍କୁ ଅପହରଣ କରି ନିଆଯାଇଥିବା ନେଇ ଯେଉଁ ଖବର ଆସିଥିଲା, ତାହା ମିଛ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଯେଉଁ ଯବାନଙ୍କୁ ଅପହରଣ କରି ନିଆଯାଇଛି ବୋଲି କୁହାଯାଉଛି, ସେ ସୁରକ୍ଷିତ ଅଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ସହିତ ଶୁଣାକଥା ଓ ଗୁଜବକୁ ଗୁରୁତ୍ୱ ନ ଦେବା ପାଇଁ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି।
ଶୁକ୍ରବାର ସନ୍ଧ୍ୟାରେ ଖବର ଆସିଥିଲା ଯେ ଜମ୍ମୁ ଓ କଶ୍ମୀର ଲାଇଟ୍ ଇନ୍ଫାଣ୍ଟ୍ରୀର ଯବାନ ମହମ୍ମଦ ୟାସିନଙ୍କୁ ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ସ୍ଥିତ ତାଙ୍କ ଘରୁ ଅପହରଣ କରି ନେଇଛନ୍ତି।
ଏଥିରେ ଆହୁରି ବି କୁହାଯାଇଥିଲା ଯେ ସେ ଫେବୃଆରୀ ୨୬ ତାରିଖରୁ ମାର୍ଚ୍ଚ ୩୧ ଯାଏ ଛୁଟିରେ ଆସିଥିଲେ। ସେ ବଡଗାମ୍ ଜିଲ୍ଲା କାଜିପୋରା ଗାଁ ସ୍ଥିତ ତାଙ୍କ ଘରେ ଥିବା ବେଳେ ଚାରି ଜଣ ବନ୍ଧୁକାରୀ ତାଙ୍କୁ ଅପହରଣ କରି ନେଇଯାଇଥିଲା। ଏପରିକି ଏହା ପରେ ପୁଲିସ୍ ମଧ୍ୟ ଛାନ୍ଭିନ୍ ଆରମ୍ଭ କରି ଦେଇଥିଲା।
from Odisha Reporter https://ift.tt/2SUvqqW
No comments:
Post a Comment