
ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପୁଲିସ୍ ଗିରଫ କରିଛି। ଲଣ୍ଡନରେ ସେ ବୁଲୁଥିବା ବେଳେ ଆଜି ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କୁ ଲଣ୍ଡନର ଏକ କୋର୍ଟରେ ମାର୍ଚ୍ଚ ୨୫ରେ ହାଜର କରାଯିବ। ଏହାପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଖବର ପ୍ରକାଶ ପାଇଛି।
ପିଏନ୍ବିରୁ ନିରବ ମୋଦି ୧୩ ହଜାର କୋଟି ଟଙ୍କାର ଋଣ ନେଇଥିଲେ। ଏହାକୁ ପରିଶୋଧ କରିବା ପରିବର୍ତ୍ତେ ସେ ଲଣ୍ଡନ ଫେରାର ହୋଇଯାଇଥିଲେ। ସେବେଠାରୁ ତାଙ୍କ ବିରୋଧରେ ସିବିଆଇ ଓ ଇଡି ତଦନ୍ତ ଆରମ୍ଭ କରିଥିଲା।
ଲଣ୍ଡନରେ ସେ ରହିଥିବା ଜଣାପଡ଼ିବା ପରେ ଇଡି ପକ୍ଷରୁ ବ୍ରିଟେନ୍ ସରକାରଙ୍କୁ ପ୍ରତ୍ୟର୍ପଣ ପାଇଁ ନିବେଦନ କରାଯାଇଥିଲା। ଲଣ୍ଡନର କୋର୍ଟ ଇଡିର ଅନୁରୋଧ ରକ୍ଷା କରି ନିରବଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ଏଥିସହ ଇଣ୍ଟରପୋଲ୍ ମଧ୍ୟ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା।
୨୦୧୮ ମସିହା ଜୁନ୍ ମାସରେ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିଲେ ହେଁ ସେ ଏଯାଏ ଫେରାର ଥିଲେ। କିଛି ଦିନ ତଳେ ଲଣ୍ଡନର ଜଣେ ସାମ୍ବାଦିକଙ୍କ କ୍ୟାମେରାରେ ନିରବ କଏଦ ହୋଇଥିଲେ।
ସେ ଲଣ୍ଡନରେ ଏକ ଫ୍ଲାଟ୍ରେ ମାସିକ ୧୫ ଲକ୍ଷ ଟଙ୍କା ଭଡ଼ା ଦେଇ ରହୁଛନ୍ତି। ଏଥିସହ ସେ ସେଠାରେ ନୂଆ ବ୍ୟବସାୟ ଆରମ୍ଭ କରିଥିବା ଜଣାପଡ଼ିଥିଲା। ୪୮ ବର୍ଷୀୟ ନିରବ କେବେ ଭାରତ ଆସୁଛନ୍ତି, ଏବେ ତା’ ଉପରେ ସମସ୍ତଙ୍କ ନଜର।
from Odisha Reporter https://ift.tt/2TiLfIf
No comments:
Post a Comment