ଏହି ନାଁ’ରେ ଚୀନ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ଅନ୍ଧାଧୁନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଏହି ନାଁ’ରେ ଚୀନ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ଅନ୍ଧାଧୁନ୍’

ମୁମ୍ବାଇ: ଭାରତ ପରେ ଏବେ ଚୀନରେ କମାଲ ଦେଖାଇବ ବଲିଉଡ ମୁଭି ‘ଅନ୍ଧାଧୁନ’। ଆୟୁଷ୍ମାନ ଖୁରାନା ଓ ତବୁ ଷ୍ଟାରର ଏହି ଫିଲ୍ମ ଚୀନରେ ଆସନ୍ତା ମାସ ୩ ତାରିଖରେ ରିଲିଜ ହେବ। ଏନେଇ ଫିଲ୍ମ ନିର୍ମାତା ପୋଷ୍ଟର ରିଲିଜ କରିଛନ୍ତି। ପୋଷ୍ଟରରେ ଚାଇନିଜ୍ ଭାଷାରେ ଫିଲ୍ମର ନାଁ ଲେଖାଯାଇଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କୁ ଦେଖିବାକୁ ମିଳିଛି।

‘ଅନ୍ଧାଧୁନ୍‌’ ଚୀନରେ ସ୍ଥାନୀୟ ଭାଷାରେ ରିଲିଜ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଫିଲ୍ମର ନାଁକୁ ‘ଅନ୍ଧାଧୁନ୍‌’ରୁ ପରିବର୍ତ୍ତନ କରି ‘ପିଆନୋ ପ୍ଲେୟାର’ ରଖାଯାଇଛି। ଚୀନ୍‌ର ୫ ହଜାର ହଲ୍‌ରେ ଫିଲ୍ମର ସ୍କ୍ରିନିଂ କରାଯିବ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ଆପତେ। ଫିଲ୍ମର ନିର୍ଦ୍ଦେଶନା ଶ୍ରୀରାମ୍‌ ରାଘବନ୍‌ ଦେଇଥିବାବେଳେ ଫିଲ୍ମର କାହାଣୀକୁ ଶ୍ରୀରାମ୍‌ ରାଘବନ୍‌, ଅରିଜିତ୍‌ ବିଶ୍ୱାସ, ପୂଜା ଲଧା ସୁର୍ତ୍ତି, ଯୋଗେସ୍ ଚାନ୍ଦେକର ଓ ହେମନ୍ତ ରାଓ ମିଳିତ ଭାବେ ଲେଖିଛନ୍ତି। ‘ଅନ୍ଧାଧୁନ’ ଭାରତରେ ବେଶ୍ ଭଲ ବ୍ୟବସାୟ କରିଥିଲା।



from Odisha Reporter https://ift.tt/2Hx1MHc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages