ଆତଙ୍କବାଦୀକୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ‘ଜୀ’ ସମ୍ବୋଧନ କରିଥିଲେ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଆତଙ୍କବାଦୀକୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ‘ଜୀ’ ସମ୍ବୋଧନ କରିଥିଲେ: କଂଗ୍ରେସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆତଙ୍କବାଦୀ ମାସୁଦ ଆଝାରକୁ ‘ଜୀ’ ବୋଲି ସମ୍ବୋଧନ କରିଥିବାରୁ ବିଜେପି ତାର କଟୁ ସମାଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆତଙ୍କବାଦୀକୁ ଅନୁରୂପ ସମ୍ଭୋଧନ କରୁଥିବାର ଭିଡିଓକୁ ଦେଖାଇ କଂଗ୍ରେସ ତା’ର ଜବାବ ରଖିଛି। ଏହି ଭିଡିଓରେ ରବି ଶଙ୍କର ପ୍ରସାଦ ଆତଙ୍କବାଦୀ ହାଫିଜକୁ ‘ ହାଫିଜ ଜୀ’ କହୁଥିବାର ଦେଖିବାକୁ ମିଳିଛି। କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଟୁଇଟ କରି ଏହି ଭିଡିଓ ଶେୟାର କରିଛନ୍ତି। ଏଥିସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମାସୁଦ ଆଝାର ପଛରେ ଛିଡ଼ା ହୋଇଥିବା ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।

 

ଦିଲ୍ଲୀରେ ଗତକାଲି ବୁଥ ଅଧ୍ୟକ୍ଷମାନଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧୀ ମାସୁଦ ଅଜହରକୁ ‘ଜୀ’ ବୋଲି କହିଥିଲେ। ଯାହାକୁ କାଉଣ୍ଟର କରି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଦିଗବିଜୟ ସିଂହ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ଜୀ ବୋଲି କହିଥିଲେ, ପରେ ହାଫିଜ ସୟିଦକୁ ସାହାବ ବୋଲି କହିଥିଲେ। ଏବେ ମାସୁଦ ଅଜହରକୁ ଜୀ ବୋଲି କହୁଛ ? କଂଗ୍ରେସ ଦଳକୁ କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ ।
 
ଯାହାର ଜବାବରେ ରବିଶଙ୍କର ପ୍ରସାଦଙ୍କ ପୂର୍ବୋକ୍ତ ଭିଡିଓକୁ କଂଗ୍ରେସ ଜାରି କରିଛି। ଯାହାକୁ ‘ବିଜେପି ଲଭସ ଆତଙ୍କବାଦୀ’ ନାଁରେ କଂଗ୍ରେସ ସୋଶାଲ ମିଡିଆ ଟୁଇଟରରେ ପୋଷ୍ଟ କରିଛି। 


from Odisha Reporter https://ift.tt/2HtfjP4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages