ବାହା ହେବେ ବୋଲି କହି ଠକିଦେଲେ ଡାକ୍ତରବାବୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ବାହା ହେବେ ବୋଲି କହି ଠକିଦେଲେ ଡାକ୍ତରବାବୁ!

ଭଦ୍ରକ (ତପନ ସ୍ୱାଇଁ): ବାହା ହେବେ ବୋଲି କହି ଜଣେ ଡାକ୍ତର ଜଣେ ମହିଳାଙ୍କୁ ଠକିଦେଇଛନ୍ତି। ଏପରି ଘଟଣା ଭଦ୍ରକ ଥାନା ଅଞ୍ଚଳରେ ଘଟିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ବିବାହିତ ହୋଇ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ରହୁଥିବା ଜଣେ ମହିଳାଙ୍କୁ ଭଲ ପାଉଥିଲେ। ଏପରିକି ସମ୍ପୃକ୍ତ ମହିଳାଙ୍କ ସହିତ ଡାକ୍ତରବାବୁ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ତାଙ୍କୁ ବିବାହ କରିବାକୁ ସେ ରାଜି ହେଉନଥିଲେ।

ତେବେ ଗତ ସୋମବାର ମହିଳା ଜଣକ ବାହା ହେବାକୁ ଜିଦ୍‌ ଧରିଥିଲେ। ଡାକ୍ତରବାବୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଏପରିକି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଗତକାଲି ମହିଳାଜଣଙ୍କ ଏନେଇ ଭଦ୍ରକ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2HiJiKm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages