ସ୍ୱଦେଶ ଫେରିଲେ ବୀର ପାଇଲଟ୍‌ ଅଭିନନ୍ଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ସ୍ୱଦେଶ ଫେରିଲେ ବୀର ପାଇଲଟ୍‌ ଅଭିନନ୍ଦନ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟାଇ ୱାଘା- ଅଟ୍ଟାରି ସୀମା ଦେଇ ଶେଷରେ ଭାରତ ମାଟିରେ ପାଦ ଥାପିଛନ୍ତି ପାକିସ୍ତାନ ଗିରଫ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ। ପାକିସ୍ତାନ ସେନା ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ୱାଘା ସୀମାକୁ ଆଣିଥିଲା।

ଏହାପରେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ପାକିସ୍ତାନ ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାରେ ଜାଣିଶୁଣି ବିଳିମ୍ବ କରିଥିବା ଜଣାପଡ଼ିଛି। ପ୍ରଥମେ ସନ୍ଧ୍ୟା ୬ଟା ଓ ପରେ ସନ୍ଧ୍ୟା ୮ଟାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଦିଆଯିବ ବୋଲି କହିଥିଲା।

ଏହାପରେ ୯.୨୨ରେ ଯାଇ ସମସ୍ତ କାଗଜପତ୍ର କାମ ଶେଷ କରି ଅଭିନନ୍ଦନଙ୍କୁ ହସ୍ତାନ୍ତର କରିଥିଲା। ସୀମାରେ ଥିବା ପାକିସ୍ତାନ ଚେକ୍‌ପୋଷ୍ଟରେ ରେଞ୍ଜର୍ସମାନେ ଆବଶ୍ୟକ କାଗଜ ପତ୍ର କାମ ଶେଷ କରିଥିଲେ। ଏହା ସରିବା ପରେ ଅଭିନନ୍ଦନଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ହାତରେ ହସ୍ତାନ୍ତର କରାଯାଇଛି।

ଅଟ୍ଟାରି ସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବାକୁ ଭାରତୀୟ ବାୟୁସେନା ଓ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।  ଏହି ସମୟରେ ସେ କଳା ରଙ୍ଗର ବ୍ଲେଜର ପିନ୍ଧିଥିଲେ ଓ ତାଙ୍କ ମୁହଁରେ ହସ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଭାରତୀୟ ସୀମାରେ ଅଭିନନ୍ଦନ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ କନଭୟ ଯୋଗେ ଅମୃତସର ଏବଂ ପରେ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ନିଆଯାଇଥିବା ଜଣାପଡ଼ିଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଅଭିନନ୍ଦନ ଅଟ୍ଟାରି ସୀମାରୁ ଯିବା ପରେ ଏୟାର ମାର୍ଶାଲ ରବି କପୁର ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ, “ ସଂପୂର୍ଣ୍ଣ ଏସ୍ଓପି ପାଳନ କରି ପାକିସ୍ତାନ ପାଇଲଟ୍‌ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିଥିଲେ। ଏବେ ତାଙ୍କର ମେଡିକାଲ ଚେକ୍‌ ଅପ୍ କରାଯିବ। କାରଣ ସେ ବିମାନରୁ ଆକାଶ ଛତା ସହ ତଳକୁ ଡେଇଁବା ବେଳେ ଆହତ ହୋଇଥିଲେ।”

ଅମୃତସରର ଡେପୁଟି କମିଶନର ଏସ୍‌ଏସ୍‌ ଢିଲୋଂ କହିଛନ୍ତି,“ବିଳମ୍ବ କାହିଁକି ହେଲା, ସେକଥା ଆମେ ପାକିସ୍ତାନ ଅଧିକାରୀଙ୍କୁ ପଚାରିନାହୁଁ। ରାସ୍ତାରେ ଆସିବା ବେଳେ ବିଳମ୍ବ ହୋଇଥାଇ ପାରେ।”

ବିଶେଷ ସୂତ୍ରରୁ ଜଣାଯାଇଛି, ତାଙ୍କୁ ଜଣେ ସାଧାରଣ ଭାରତୀୟ ନାଗରିକ ଭାବରେ ବିଚାର କରାଯାଉଥିବାରୁ, ଭାରତ ସୀମାକୁ ପ୍ରବେଶ କରିବା ପୂର୍ବରୁ ତାଙ୍କର ଇମିଗ୍ରେସନ୍‌ ପ୍ରକ୍ରିୟା ପୂରଣ କରାଯାଇଛି। ସେ ୱାଘା ସୀମା ଦେଇ ଭାରତରେ ପ୍ରବେଶ କରିବା ପାଇଁ ତାଙ୍କ ନାଁରେ ଏକ ଭିସା ତିଆରି କରିବା ଆବଶ୍ୟକ ଥିଲା।

ଅଭିନନ୍ଦନ ଭାରତ ମାଟିରେ ପାଦ ଥାପିବା ଆଗରୁ ତାଙ୍କୁ ସ୍ୱାଗତ କରିବା ପାଇଁ ତ୍ରିରଙ୍ଗା ଏବଂ ବାଜା ସହ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ସହସ୍ରାଧିକ ଲୋକ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍‌’ ଆଦି ଧ୍ୱନି ଦେଇ ସ୍ଵାଗତ କରିଛନ୍ତି। ବୀର ପାଇଲଟ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସମଗ୍ର ଦେଶ ଏକାଠି ହୋଇ ଗର୍ବର ସହିତ ତାଙ୍କୁ ସଲାମ ଜଣାଉଛନ୍ତି।

ପାଇଲଟ୍‌ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିବ ବୋଲି ପାକିସ୍ତାନ କହିବା ପରେ ଭାରତ ସରକାର ତାଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଇବାକୁ କହିଥିଲେ। ହେଲେ ପାକିସ୍ତାନ ଏଥିରେ ରାଜି ହୋଇ ନଥିଲା ଏବଂ ଏକ ସ୍ୱତନ୍ତ୍ର ସେନା ଗାଡ଼ିରେ ତାଙ୍କୁ ୱାଘା ସୀମାକୁ ଆଣିଥିଲା। ଅଭିନନ୍ଦନଙ୍କ ସହ ପାକ୍‌ ସେନାର ବରିଷ୍ଠ ଅଧିକାରୀମାନେ ରହିଥିଲେ।

ଅନ୍ୟପକ୍ଷରେ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନକୁ ଦୃଷ୍ଟିରେ ରଖି ଆଜି ୱାଘା-ଅଟ୍ଟାରି ସୀମାରେ ପ୍ରତିଦିନ ପାଳନ କରାଯାଉଥିବା ଧ୍ୱଜାବତରଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେବା ପାଇଁ ବାଲାକୋଟ୍‌ଠାରେ ଥିବା ଜୈଶ୍‌-ଏ-ମହମ୍ମଦ ଆତଙ୍କୀଙ୍କ କ୍ୟାମ୍ପ ଉପରେ ଭାରତ ଆକାଶ ମାର୍ଗରୁ ଆକ୍ରମଣ କରି ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଦୁଇ ଦେଶ ଉଗ୍ର ସ୍ଥିତିରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାକୁ ନେଇ ତାଙ୍କ ଦେଶରେ ସମାଲୋଚିତ ହେବା ପରେ ପାକ୍‌ ସେନା ଭାରତୀୟ ମିଲିଟାରୀ ବେସ୍‌କୁ ଟାର୍ଗେଟ୍‌ କରିବା ପାଇଁ ୨୪ଟି ଯୁଦ୍ଧ ବିମାନ ପଠାଇଥିଲା।

ଭାରତୀୟ ବାୟୁସେନା ଏହାର କଡ଼ା ମୁକାବିଲା କରିବାରୁ ପାକିସ୍ତାନର ଯୁଦ୍ଧବିମାନ ଛତ୍ରଭଙ୍ଗ ଦେଇଥିଲେ। ପାକିସ୍ତାନର ଏକ ଏଫ୍‌-୧୬ ବିମାନକୁ ମଧ୍ୟ ଖସାଇ ଦିଆଯାଇ ଥିଲା। ତେବେ ପାକ ଯୁଦ୍ଧବିମାନ ଗୁଡ଼ିକୁ ପାକିସ୍ତାନ ସୀମା ପାର କରାଇ ଦେଇଥିବା ବୀର ପାଇଲଟ୍‌ ଅଭିନନ୍ଦନ ଦୁର୍ଭାଗ୍ୟବଶତଃ ସୀମା ସେପଟେ ଖସି ପଡ଼ିବାରୁ ସେମାନେ ଗିରଫ କରିନେଇଥିଲେ।

ଅଭିନନ୍ଦନଙ୍କୁ ପାକଁ ସେନା ଗିରଫ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ଚାପର ସାମ୍ନା କରିନପାରି ଇମ୍ରାନ ଖାନଙ୍କ ପାକିସ୍ତାନ ସରକାର ଶେଷରେ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ମୁକ୍ତି ବାବଦରେ ଇମ୍ରାନ ନିଜେ ସଂସଦରେ ମତ ରଖି କହିଥିଲେ, ଶାନ୍ତି ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବିଭିନ୍ନ ଘଟଣାରେ ଚାଲାକି ଦେଖାଇ ସାରିଥିବା ପାକିସ୍ତାନ ଏହି ଘଟଣାରେ ଯେପରି ମୂଲଚାଲ ନକରେ, ସେନେଇ କଡ଼ା ମତ ରଖିଥିଲା ଭାରତ।



from Odisha Reporter https://ift.tt/2tLGVqG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages