କଂଗ୍ରେସ ମେଣ୍ଟ: ଅଙ୍କ ଛିଡୁନଥିବା ବେଳେ ସହଯୋଗୀ ଦଳଙ୍କ ନିର୍ବାଚନ ପ୍ରଚାର ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

କଂଗ୍ରେସ ମେଣ୍ଟ: ଅଙ୍କ ଛିଡୁନଥିବା ବେଳେ ସହଯୋଗୀ ଦଳଙ୍କ ନିର୍ବାଚନ ପ୍ରଚାର ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥିରେ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସ ଦୀର୍ଘଦିନ ହେଲା ବୈଠକ ଓ ଆଲୋଚନା କରୁଛି। କିନ୍ତୁ ଆସନ ବୁଝାମଣା ଛିଣ୍ଡୁନି। ଏଭଳି ସ୍ଥିତିରେ ଆସନ୍ତାକାଲି ଆସନ ବୁଝାମଣା ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତା’ ପୂର୍ବରୁ ପ୍ରାରମ୍ଭିକ ବୁଝାମଣା ଆଧାରରେ ପ୍ରଚାର ଆରମ୍ଭ କଲେଣି ସହଯୋଗୀ ଦଳର ପ୍ରାର୍ଥୀ।

ସିପିଏମ୍‌ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ନାଁ ଥାଇ ନିର୍ବାଚନ ପ୍ରଚାର ଗାଡ଼ି ବର୍ତ୍ତମାନ ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ବୁଲୁଛି। କେବଳ ପ୍ରଚାର ଗାଡ଼ି ନୁହେଁ, ନିର୍ବାଚନ କାର୍ଯ୍ୟାଳୟ ମଧ୍ୟ ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଜନାର୍ଦ୍ଦନ। କଂଗ୍ରେସ ସହ ପ୍ରାରମ୍ଭିକ ବୁଝାମଣା ଅନୁଯାୟୀ ପ୍ରଚାର ଆରମ୍ଭ ହୋଇଥିବା କହିଛନ୍ତି ଜନାର୍ଦ୍ଦନ।

ଭୁବନେଶ୍ୱର ଲୋକସଭା ଆସନ ସିପିଏମ୍‌କୁ କଂଗ୍ରେସ ଛାଡ଼ିବ ବୋଲି ଜଣାପଡ଼ିଛିା ଏଥିସହ ବଣେଇ, ନୀଳଗିରି, ରେମୁଣା, ମୋରଡ଼ା, ପାଲଲହଡ଼ା, ବ୍ରହ୍ମଗିରି ଓ ରଣପୁର ବିଧାନସଭା ଆସନ ପାଇଁ ସିପିଏମ୍ ଦାବି କରୁଛି। ସେହିଭଳି କଂଗ୍ରେସ, ସିପିଆଇକୁ ଆସ୍କା ଲୋକସଭା ଆସନ ସମେତ ଛତ୍ରପୁର ଓ ବୌଦ୍ଧ ବିଧାନସଭା ଆସନ ଛାଡ଼ି ସାରିଥିବା ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଛନ୍ତି।

ଏଥିସହିତ ବାଲିକୁଦା-ଏରସମା, ବ୍ରଜରାଜନଗର, ଚିତ୍ରକୋଣ୍ଡା, ଜୁନାଗଡ଼ ଓ ସୁନ୍ଦରଗଡ଼ ବିଧାନସଭା ଆସନ ଦେବା ପାଇଁ ଦଳ ଆସନ୍ତାକାଲିର ବୈଠକରେ ଦାବି କରିବ ବୋଲି ଜଣାପଡ଼ିଛି। ସେପଟେ ଜେଏମ୍ଏମ୍ ମୟୂରଭଞ୍ଜ ଲୋକସଭା ଆସନ ସହ ୪ଟି ବିଧାନସଭା ଆସନ ପାଇଁ ପ୍ରସ୍ତାବ ଦେଇଛି। ଏ ସମସ୍ତ ପ୍ରସ୍ତାବକୁ ନେଇ ଅନେକ ଥର ଆଲୋଚନା ହେଲାଣି। ମାତ୍ର ବୁଝାମଣା ହୋଇପାରୁନାହିଁ।

ଓଡ଼ିଶାରେ ମେଣ୍ଟ କରି ଲଢ଼ିବାକୁ କଂଗ୍ରେସ ମାନସିକସ୍ତରରେ ପୁରା ପ୍ରସ୍ତୁତ ହୋଇସାରିଛି। ଏଭଳି ସ୍ଥିତିରେ ଆସନ୍ତାକାଲିର ମେଣ୍ଟ ନେଇ ବସିବାକୁ ଥିବା ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଆସନ୍ତା ତିନି ତାରିଖରେ ସିପିଆଇର ରାଜ୍ୟ ପରିଷଦ ବୈଠକ ଏବଂ ଆସନ୍ତା ୬ ତାରିଖରେ କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ତେବେ ଆସନ ବୁଝାମଣାରେ ବିଶେଷ ଅସୁବିଧା ହେବନି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2IJMbFF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages