ପୁଣି ରସେଲ ଧମାକା, କେକେଆର ୧୮୭/୮ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ପୁଣି ରସେଲ ଧମାକା, କେକେଆର ୧୮୭/୮

ନୂଆଦିଲ୍ଲୀ: ଚଳିତ ଆଇପିଏଲର ଦଶମ ମ୍ୟାଚ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୫ ରନ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଦିଲ୍ଲୀକୁ ୧୮୬ ରନ କରିବାକୁ ପଡ଼ିବ।

କେକେଆର ପକ୍ଷରୁ ରସେଲ ମାତ୍ର ୨୮ ବଲରେ ୪ ଚୌକା ଓ ୬ ଛକା ସହ ଦ୍ରୁତ ୬୨ ରନ କରିଥିବା ଦିନେଶ କାର୍ତ୍ତିକ ୫୦ (୩୬ ବଲ, ୫ ଚୌକା, ୨ ଛକା) ରନ୍ କରିଛନ୍ତି। ଫିରୋଜ ଶାହ କୋଟଲାରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ କ୍ୟାଟିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୬୧ ରନରେ ଶୀର୍ଷ ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। କିନ୍ତୁ ଏହି ସମୟରେ ଅଧିନାୟକ କାର୍ତ୍ତିକ ଓ ଅଲରାଉଣ୍ଡର ରସେଲ ଚମତ୍କାର ବ୍ୟାଟିଂ କରି ଦଳକୁ ବିପଦରୁ ରକ୍ଷା କରିଥିଲେ।

ଦୁହେଁ ଷଷ୍ଠ ୱିକେଟ ପାଇଁ ୯୫ ରନର ମଜଭୁତ ପାର୍ଟନରଶିପ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଦଳର ସ୍କୋର ୧୫୬ ଥିବା ବେଳେ ରସେଲଙ୍କୁ କ୍ରିସ ମୋରିସ ଆଉଟ କରିଥିଲେ। କାର୍ତ୍ତିକଙ୍କୁ ଅମିତ୍ ମିଶ୍ର ପ୍ୟାଭିଲିୟନ ପଠାଇଥିଲେ ।

ଶେଷରେ ପୀୟୂଷ ଚାୱଲା (୧୨) ଓ କୁଲଦୀପ ଯାଦବ (୧୦*) ଉପଯୋଗୀ ଯୋଗଦାନ କରି କେକେଆରକୁ ୧୮୫ ରନରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଖିଲ ନାଏକ (୭), କ୍ରିସ ଲିନ୍ (୨୦), ରବିନ୍ ଉଥାପ୍ପା (୧୧), ନୀତୀଶ ରାଣା (୧) ଓ ଶୁବମାନ ଗିଲ (୪) ନିରାଶ କରିଥିଲେ। ଦିଲ୍ଲୀ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ।



from Odisha Reporter https://ift.tt/2OxkhMp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages