ରାଜନୀତିରେ ପାଦ ଥାପିବେ ପାରିକରଙ୍କ ପୁଅ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ରାଜନୀତିରେ ପାଦ ଥାପିବେ ପାରିକରଙ୍କ ପୁଅ !

ପାଣାଜି: ଗୋଆର ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ରାଜନୀତିରେ ପାଦ ଥାପିବେ ବୋଲି ଶନିବାର ପରୋକ୍ଷରେ ଇଙ୍ଗିତ କରିଛନ୍ତି। ବାପାଙ୍କର ଅବଦାନ ରାଜ୍ୟ ଓ ଦେଶ ପାଇଁ ରହିଛି। ଆଗକୁ ତାଙ୍କୁ ଅନୁସରଣ କରିବି ଏବଂ ତାଙ୍କର ଉତ୍ତରାଧିକାରୀ ହେବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ପାରିକରଙ୍କ ପୁଅ ଉତ୍ପଲ।

ପାରିକରଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଆସନରେ ସାଧାରଣ ନିର୍ବାଚନ ସହ ଉପନିର୍ବାଚନ ହେବ। ଏହି ସ୍ଥାନରେ କିଏ ପ୍ରାର୍ଥୀ ହେବ ସେ ନେଇ ଗୋଆ ରାଜନୀତି ସରଗରମ ଥିବାବେଳେ ଉତ୍ପଲଙ୍କ ଏଭଳି ବୟାନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ପାରିକରଙ୍କ ଦେହାନ୍ତ ତାଙ୍କ ପରିବାରରେ ଏକ ବଡ଼ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ପୁଅ ଉତ୍ପଲ ଓ ଅଭିଜିତ କହିଛନ୍ତି। ଦୁଇ ପୁଅ ଆହୁରି କହିଛନ୍ତି, ପାରିକରଙ୍କ ଉଦ୍ଦେଶ୍ୟରେ ଆସିଥିବା ଅସଂଖ୍ୟ ଚିଠି ଓ ମେସେଜ ଦେଖି ଆମେ ନିଜକୁ ଏକ ବଡ଼ ପରିବାରର ଅଂଶ ବୋଲି ଅନୁଭବ କରୁଛୁ।

ଏହି ଅବସରରେ ପାରିକରଙ୍କ ଶେଷକୃତ୍ୟ ବେଳେ ସେନା ପକ୍ଷରୁ ଦିଆଯାଇଥିବା ସମ୍ମାନ ପାଇଁ ସେନା ବାହିନୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଷକୃତ୍ୟ ପାଇଁ ଆସିଥିବା କେନ୍ଦ୍ରମନ୍ତୀ ଓ ଅନ୍ୟାନ୍ୟ ଅତିଥିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଜିତ ଓ ଉତ୍ପଲ।



from Odisha Reporter https://ift.tt/2CLU485

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages