କୋହଲି କହିଲେ, କାହିଁକି ଆରସିବି ଆଇପିଏଲ୍ ଟ୍ରଫି ଜିତିପାରି ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

କୋହଲି କହିଲେ, କାହିଁକି ଆରସିବି ଆଇପିଏଲ୍ ଟ୍ରଫି ଜିତିପାରି ନାହିଁ

ନୂଆଦିଲ୍ଲୀ: ୧୧ ବର୍ଷ ହେବ ଗୋଟିଏ ଟିମ୍ ପକ୍ଷରୁ ଖେଳିବା କିଛି ବଡ଼ କଥା ନୁହେଁ। ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ ଆଇପିଏଲ୍ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହ ଜଡିତ ରହିଆସିଛନ୍ତି। କିନ୍ତୁ ତାଙ୍କ ଉପସ୍ଥିତିରେ ଆରସିବି ଏପର୍ଯ୍ୟନ୍ତ ଟାଇଟଲ ଜିତିପାରି ନାହିଁ, ଯାହା କୋହଲିଙ୍କୁ ବ୍ୟଥିତ କରିଛି। ତେବେ ତାଙ୍କ ଟିମ୍ କାହିଁକି ଟାଇଟଲ୍ ଜିତିପାରି ନାହିଁ, ଏ ସମ୍ବନ୍ଧରେ ମୁଁ ଖୋଲିଛନ୍ତି ବିରାଟ।

ବିରାଟ କହିଛନ୍ତି, ଭୁଲ୍ ନିଷ୍ପତ୍ତି କାରଣରୁ ଆରସିବି ଏପର୍ଯ୍ୟନ୍ତ ଆଇପିଏଲର କୌଣସି ସିଜନ ଜିତିପାରି ନାହିଁ। ଯଦି ଆପଣ ଭୁଲ ନିଷ୍ପତ୍ତି ନେବେ, ତାହେଲେ ପରାଜୟ ହେବା ସୁନିଶ୍ଚିତ। ବଡ଼ ମ୍ୟାଚରେ ଆମେ ସଠିକ ନିଷ୍ପତ୍ତି ନେଇପାରିନାହୁଁ। ଯେଉଁ ଟିମର ନିଷ୍ପତ୍ତି ସଠିକ, ସେହି ଟିମ୍ ହିଁ ଆଇପିଏଲରେ ବିଜୟ ହାସଲ କରିଛି। ଏତେ ବର୍ଷ ମଧ୍ୟରେ ଆମେ ତିନିଥର ଫାଇନାଲରେ ପହଞ୍ଚିଛୁ ଏବଂ ତିନିଥର ସେମିଫାଇନାଲରେ ହାରିଛୁ। ଏହା ସତ୍ତ୍ବେ ଆମର ଉତ୍ସାହ କେବେବି କମ୍ ହୋଇନାହିଁ। ଆମେ ପ୍ରତି ମ୍ୟାଚ୍ ଜିତିବା ପାଇଁ ଖେଳୁ ଏବଂ ଫଳାଫଳ ଆମ ସପକ୍ଷରେ ନଯିବା ଦୁଭାର୍ଗପୂର୍ଣ୍ଣ ବୋଲି ବିରାଟ କହିଛନ୍ତି।



from Odisha Reporter https://ift.tt/2Y6fPbV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages