
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଖିଲେଶ ଯାଦବ ଏବଂ ମାୟାବତୀଙ୍କ ଏସ୍ପି-ବିଏସ୍ପି ମେଣ୍ଟକୁ କଂଗ୍ରେସ ସୌଜନ୍ୟତାର ସହିତ ୭ଟି ଆସନ ଛାଡ଼ିଛି।
ପୂର୍ବରୁ ଏହି ମେଣ୍ଟ କଂଗ୍ରେସର ପାରମ୍ପରିକ ଆସନ ଆମେଥି ଓ ରାଏବରେଲୀରୁ ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଥିଲା। ଏହି ଦୁଇ ଆସନରୁ ଗାନ୍ଧି ପରିବାର ଦଶନ୍ଧି ଦଶନ୍ଧି ଧରି ପ୍ରତିନିଧିତ୍ୱ କରି ଆସୁଥିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଥିରୁ ଲଢ଼ୁଥିବାବେଳେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଏବରେଲୀରୁ ଲଢ଼ୁଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଏହି ୯ଟି ଆସନରୁ ବର୍ତ୍ତମାନ ୩ ମୁଖି ଲଢ଼େଇ ହେବନି ବୋଲି ସ୍ପଷ୍ଟ ହୋଇଯାଇଛି। ଦୁଇ ଛାମୁଆ ନେତାଙ୍କ ଆସନରେ କଂଗ୍ରେସ ଓ ବିଜେପିର ସିଧା ଲଢ଼େଇ ହେବ।
କଂଗ୍ରେସ ଛାଡ଼ିଥିବା ଆସନ ମଧ୍ୟରେ ମୂଲାୟମ୍ ସିଂହ ଯାଦବଙ୍କ ମଣିପୁରୀ ଏବଂ ତାଙ୍କ ବୋହୁ ଡିମ୍ପଲ୍ ଯାଦବଙ୍କ କନ୍ନୌଜ ଆଦି ଆସନ ମଧ୍ୟ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ରାଜ୍ ବବ୍ବର କହିଛନ୍ତି।
ଏହା ବ୍ୟତୀତ ରାଷ୍ଟ୍ରୀୟ ଲୋକ ଦଳର ଅଜିତ ସିଂହଙ୍କ ଆସନ, ଜୟନ୍ତ ଚୌଧୁରୀଙ୍କ ଆସନ ଏବଂ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ଆସନ ମଧ୍ୟ ରହିଛି।
from Odisha Reporter https://ift.tt/2TILL7x
No comments:
Post a Comment