
ଶ୍ରୀନଗର : ଜମ୍ମୁକଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ଅଧିକାର ପକ୍ଷପାତୀ ହୋଇଥିବାରୁ ଏହାକୁ ଉଚ୍ଛେଦ ପାଇଁ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସମାଲୋଚନା କରିଛନ୍ତି ମେହବୁବା ମୁଫ୍ତି। ପିଡିପି ଅଧ୍ୟକ୍ଷ ମୁଫ୍ତି କହିଛନ୍ତି, ଧାରା ୩୭୦ ଉଚ୍ଛେଦ କଲେ ଭାରତ ସହିତ ଜମ୍ମୁକଶ୍ମୀରର ସମ୍ପର୍କ ଛିନ୍ନ ହେବ। ଜେଟ୍ଲୀ ଏହି ପ୍ରସଙ୍ଗର ଗୁରୁତ୍ୱ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜେଟ୍ଲୀ ଧାରା ୩୫-ଏକୁ ସମାଲୋଚନା କରି ଏହାକୁ ପକ୍ଷପାତୀ କହିଥିଲେ। ସେ କହିଥିଲେ ଏହା ଭାରତୀୟ ଏବଂ ଜମ୍ମୁକଶ୍ମୀର ନାଗରିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି।
ମେହବୁବା ତାଙ୍କ କର୍ମୀମାନଙ୍କୁ ସମ୍ବୋଧନ କରି କହିଥିଲେ, ଧାରା ୩୭୦ ଦେଶ ଏବଂ ରାଜ୍ୟ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥିଲା। ଯଦି ଏହ ସ୍ୱତନ୍ତ୍ର ସୁବିଧା ଛଡ଼ାଇନିଆଯାଏ, ଜମ୍ମୁକଶ୍ମୀର ସହିତ ଏହାର ସମ୍ପର୍କ ପାଇଁ ପୁଣି ମୂଲଚାଲ କରିବାକୁ ପଡ଼ିବ। ଏହପରି ହେଲେ ଭାରତ ସହିତ ରହିବକ ନାହିଁ ଜମ୍ମୁକଶ୍ମୀରକୁ ପୁଣିଥରେ ଭାବିବାକୁ ପଡ଼ିବ।
ଏହା ପୂର୍ବରୁ ନ୍ୟାସନାଲ କନ୍ଫରେନ୍ସ ନେତା ମହମ୍ମଦ ଅବ୍ଦୁଲ୍ଲା ୱାନି ଏବଂ ଆୱାମୀ ଇନ୍ସାଫ୍ ପାର୍ଟି ମୁଖ୍ୟ ଗୁଲାମ୍ ଅହମ୍ମଦ ଶେଖ୍ ସଲୂରା ମୁଫ୍ତିଙ୍କ ପିଡିପିରେ ଯୋଗଦେଇଛନ୍ତି।
from Odisha Reporter https://ift.tt/2OCh9Po
No comments:
Post a Comment