ମ୍ୟାଚ୍ ଚାଲିଥିଲା ବେଳେ ବନ୍ଦ ହେଲା ଫ୍ଲଡ୍ ଲାଇଟ, ଡିଏଲ୍ ନିୟମରେ ନିଆଗଲା ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ମ୍ୟାଚ୍ ଚାଲିଥିଲା ବେଳେ ବନ୍ଦ ହେଲା ଫ୍ଲଡ୍ ଲାଇଟ, ଡିଏଲ୍ ନିୟମରେ ନିଆଗଲା ନିଷ୍ପତ୍ତି

କେପ୍ ଟାଉନ୍: ଦକ୍ଷିଣ ଆଫ୍ରିକା ପଞ୍ଚମ ଦିନିକିଆରେ ଶ୍ରୀଲଙ୍କାକୁ ହରାଇ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୫-୦ରେ କ୍ଲିନ୍ସୁଇପ୍ କରିନେଇଛି। ଖରାପ ଲାଇଟ୍ ଦ୍ବାରା ପ୍ରଭାବିତ ଏହି ମ୍ୟାଚ୍କୁ ଦକ୍ଷିଣ ଆଫ୍ରିକା ଟିମ୍ ଡକୱର୍ଥ ଲୁଇସ୍ ପଦ୍ଧତିରେ ୪୧ ରନରେ ଜିତି ନେଇଛି।

ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରି ୪୯.୩ ଓଭରରେ ୨୨୫ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଜବାବରେ ଆୟୋଜକ ଟିମର ସ୍କୋର ୨୮ ଓଭରରେ ୧୩୫/୨ ରନରେ ଥିଲା ବେଳେ ଷ୍ଟାଡିୟମରେ ଲାଗିଥିବା ଫ୍ଲଡଲାଇଟ୍ ଖରାପ ହୋଇଯାଇଥିଲା ଏବଂ ମ୍ୟାଚ୍କୁ ରୋକିବାକୁ ପଡ଼ିଥିଲା। ଏହା ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇପାରିନଥିଲା। ଯେତେବେଳେ ଖେଳ ବନ୍ଦ ହେଲା, ସେହି ସମୟରେ ଦକ୍ଷିଣ ଆଫ୍ରିକା ଟିମ୍ ବିଜୟଠାରୁ ୯୧ ରନ୍ ଦୂରରେ ଥିଲା ଏବଂ ଇନିଂସରେ ୨୨ ଓଭର ବାକି ଥିଲା।

ଦଳ ପକ୍ଷରୁ ଆଇଡେନ୍ ମର୍କରାମ ସର୍ବାଧିକ ୬୭ (୭୫ ବଲ୍, ୭ ଚୌକା) ରନର ଇନିଂସ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫାପ୍ ଡୁପ୍ଲେସିସ୍ ୨୪ ଓ ଭାନ୍ ଡର୍ ଡୁସେନ୍ ଅପରାଜିତ ୨୮ ରନ୍ କରିଥିଲେ। ଓପ୍ନର କ୍ୱିଣ୍ଟନ୍ ଡିକକ୍ ୫ ମ୍ୟାଚରେ ୩୫୩ ରନ୍ କରି ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ ମଧ୍ୟକ୍ରମରେ କୁଶଲ ମେଣ୍ଡିସ୍ (୫୬)ଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଓଶାଡା ଫର୍ଣ୍ଣାଣ୍ଡୋ ୨୨, ଆଞ୍ଜେଲ ପରେରା ୩୧, ପ୍ରିୟମଲ ପରେରା ୩୩ ଓ ଇଶୁରା ଉଦାନା ୩୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ୩ଟି, ନର୍ଟଜେ ଓ ଇମ୍ରାନ୍ ତାହିର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter https://ift.tt/2Fk6hT5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages