ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତିକ ପୁରସ୍କାର ପାଇବା ଉଦ୍ଦେଶ୍ୟରେ ଚର୍ଚ୍ଚକୁ ପ୍ରଭାବିତ କରିବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳରେ ପ୍ରଥମ ଖ୍ରୀଷ୍ଟିୟାନ ସ୍କୁଲର ଶିଳାନ୍ୟାସ କରିଛନ୍ତି। ଏହା ରାଜ୍ୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବ ଓ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଛି।

ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଫେବୃଆରୀ ୨୫ତାରିଖରେ କନ୍ଧମାଳର ଦାରିଙ୍ଗବାଡ଼ିରେ ଏକ ଖ୍ରୀଷ୍ଟିୟାନ ସ୍କୁଲ ସ୍ଥାପନ ପାଇଁ ଶ୍ରୀ ସାମନ୍ତ କରିଥିବା ଶିଳାନ୍ୟାସକୁ ବିରୋଧ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଏଭଳି ସ୍କୁଲ ସ୍ଥାପନ ଦ୍ୱାରା ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରିବା ଧର୍ମାନ୍ତରୀକରଣର ବାଟ ଫିଟିଯିବ ବୋଲି ବିଜେପି ଆଶଙ୍କା କରୁଛି। ଏହା ଦେଶର ଗଣତନ୍ତ୍ର ପ୍ରତି ବିପଦ ଓ ଅସମ୍ବିଧାନିକ। ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ହେଉଥିବା ଷଡ଼ଯନ୍ତ୍ରକୁ ବିଜେପି ଦୃଢ଼ ବିରୋଧ କରୁଛି ଓ ଧାର୍ମିକ ତଥା ଜାତିଗତ ବିଦ୍ୱେଷ ଯେଭଳି ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି।

ଖ୍ରୀଷ୍ଟିୟାନ ଭୋଟ୍ ହାତେଇବା ପାଇଁ ଏଭଳି ହୀନ ରାଜନୀତିକ ପ୍ରୟାସ ହେଉଛି ଏବଂ ଏହାବ୍ୟତୀତ ଆନ୍ତର୍ଜାତିକ ପୁରସ୍କାର ପାଇବା ପାଇଁ ଚର୍ଚ୍ଚକୁ ଖୁସି କରିବାକୁ ଶ୍ରୀ ସାମନ୍ତ ଅସମ୍ବିଧାନିକ ଭାବେ ଏଭଳି ଖ୍ରୀଷ୍ଟିୟାନ ସ୍କୁଲ ସ୍ଥାପନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।



from Odisha Reporter https://ift.tt/2IXB77Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages