ଏଜିଙ୍କ ରାଫେଲ ମନ୍ତବ୍ୟକୁ ‘ଏଡିଟର୍ସ ଗିଲ୍ଡ’ର ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଏଜିଙ୍କ ରାଫେଲ ମନ୍ତବ୍ୟକୁ ‘ଏଡିଟର୍ସ ଗିଲ୍ଡ’ର ନିନ୍ଦା

ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ‘ଏଡିଟର୍ସ ଗିଲ୍ଡ’। ରାଫେଲ ସମ୍ବନ୍ଧୀୟ ତଥ୍ୟକୁ ବ୍ୟବହାର କରି ଗଣମାଧ୍ୟମ ସଂସ୍ଥା ‘ଦି ହିନ୍ଦୁ’ର ଖବରକୁ ଏଜି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ଏବଂ କହିଥିଲେ ଗୋପନୀୟ ଚିହ୍ନିତ ଏହି ଦସ୍ତାବିଜର ବ୍ୟବହାର ‘ନିନ୍ଦନୀୟ’।

ଗିଲ୍ଡ ପକ୍ଷରୁ ଏଜିଙ୍କ ମନ୍ତବ୍ୟକୁ ବିରୋଧ କରାଯିବା ସହିତ କୁହାଯାଇଛି, ଏହି ପ୍ରସଙ୍ଗରେ ଏଜିଙ୍କ ମନ୍ତବ୍ୟ ଗଣମାଧ୍ୟମକୁ ଧମକ ପରି। ଏଥିସହିତ ସରକାରଙ୍କୁ ଆହ୍ୱାନ କରାଯାଇଛି, ସରକାର ଗଣମାଧ୍ୟମର ସ୍ୱାଧୀନତା ଏବଂ ସ୍ୱତନ୍ତ୍ରତାରେ ଆଞ୍ଚ ଆଣିବା ଭଳି କୌଣସି ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ।

ବୁଧବାର ଭେନୁଗୋପାଲ ରାଫେଲ ମାମଲାରେ ଏକ ରିଭ୍ୟୁ ଆବେଦନର ଶୁଣାଣିରେ ସରକାରଙ୍କ ପକ୍ଷ ରଖିବା ଅବସରରେ କହିଥିଲେ, ଏହି ଆବେଦନ ଚୋରି ହୋଇଥିବା ଦସ୍ତାବିଜ୍ ଉପରେ ଆଧାରିତ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭିତରୁ ଏହା କୌଣସି ସରକାରୀ ଅଧିକାରୀ ଚୋରାଇଥିବା ଦର୍ଶାଇ ସେ କହିଥିଲେ, ଏହା ଅଫିସିଆଲ ସିକ୍ରେଟ୍‌ ଆକ୍ଟର ଉଲ୍ଲଂଘନ ଏବଂ ଏକ ଅପରାଧ।

ବିବୃତିରେ ଆହୁରି ମଧ୍ୟ କୁହାଯାଇଛି, ଯଦିଓ ଏଜି ପରେ ସ୍ପଷ୍ଟ କରିଦେଇଥିଲେ ଯେ ସାମ୍ବାଦିକ କିମ୍ବା ଗଣମାଧ୍ୟମ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ଏପରି ଧମକ ଗ୍ରହଣୀୟ ନୁହେଁ। ଏପରି ଧମକ ଦେଇ ରାଫେଲ ପ୍ରସଙ୍ଗରେ ଆମ ରିପୋର୍ଟିଂରେ ଅଙ୍କୁଶ ନଲଗାଯାଉ।



from Odisha Reporter https://ift.tt/2TyVts3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages