ରିସ୍କ୍ ନେବାକୁ ଚାହିଁଲେନି ସୁପ୍ରିମୋ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ରିସ୍କ୍ ନେବାକୁ ଚାହିଁଲେନି ସୁପ୍ରିମୋ !

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ଲାଗି ନୂଆ ମୁହଁ, ବିଧାନସଭା ପାଇଁ ପୁରୁଣା। ଗତକାଲି ବିଜେଡିର ପ୍ରାର୍ଥୀ ତାଲିକାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ବିଧାୟକ, ସାଂସଦ ଓ ନେତା ଦଳ ଛାଡିବା ସହ ଖୋଲାଖୋଲି ବିଦ୍ରୋହ କରିଥିଲେ। ଏହାପରେ ବିଜେଡି ଷ୍ଟ୍ରାଟେଜି ବଦଳାଇଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅସନ୍ତୋଷ ଭୟରେ ନୁହେଁ, ସର୍ଭେ ଅନୁସାରେ ହିଁ ଟିକେଟ୍ ଦିଆଯାଇଥିବା ଦଳ ସଫେଇ ଦେଇଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଖୋଲାଖୋଲି ବିଦ୍ରୋହକୁ ଦେଖି ତୃତୀୟ ଦଫାରେ ରିସ୍କ୍ ନେବାକୁ ଚାହିଁଲେନି କି ବିଜେଡି ସୁପ୍ରିମୋ ? ଗତକାଲିର ଟିକଟ ଘୋଷଣା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ଲୋକସଭା ପ୍ରାର୍ଥୀ କ୍ଷେତ୍ରରେ ନୂଆ ମୁହଁକୁ ପ୍ରାଧାନ୍ୟ ଦେଇ ବିଧାନସଭା କ୍ଷେତ୍ରରେ ପୁରୁଣା ଚେହେରା ଉପରେ ହିଁ ଭରସା କରିଛନ୍ତି ନବୀନ।

ଲୋକସଭା ପାଇଁ ନୂଆ ଚେହେରା ଭାବେ ଅନୁଭବ ମହାନ୍ତି, ଅରୂପ ପଟ୍ଟନାୟକ, ଶର୍ମିଷ୍ଠା ସେଠୀ, ନଳିନୀକାନ୍ତ ପ୍ରଧାନ, ମଞ୍ଜୁଲତା ମଣ୍ଡଳ ଓ ଦେବାଶିଷ ମାରାଣ୍ଡିଙ୍କୁ ସୁଯୋଗ ମିଳିଛି। ହେଲେ ବିଧାନସଭା ପ୍ରାର୍ଥୀ ଚୟନ କିନ୍ତୁ ଭିନ୍ନ ରହିଛି।

ଗତକାଲି ଘୋଷଣା ହୋଇଥିବା ୩୬ଟି ବିଧାନସଭା ଟିକେଟ୍ ମଧ୍ୟରୁ ପ୍ରାୟ ୨୫ ପୁରୁଣା ଚେହେରାଙ୍କୁ ରିପିଟ୍ କରିଛି ଦଳ। ଏପରିକି ଗତ ନିର୍ବାଚନରେ ଯେଉଁମାନେ ପରାଜିତ ହୋଇଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମଧ୍ୟ ଟିକେଟ୍ ଦିଆଯାଇଛି।

ଏବେ ପ୍ରଶ୍ନ ଉଠୁଛି, ହଠାତ୍ ଦଳର ଷ୍ଟ୍ରାଟେଜି ବଦଳିଲା କାହିଁକି ? ଚର୍ଚ୍ଚା ହେଉଛି ବିଧାୟକଙ୍କ ଟିକେଟ କଟିଲେ ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମ କରିବାର ବି ଆଶଙ୍କା ରହିଛି। ତେଣୁ ବହୁବାର ବିଧାୟକ ହୋଇଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ଜନ ଅସନ୍ତୋଷ ଥିଲେ ବି ନଜରଅନ୍ଦାଜ କରିବାକୁ ବାଧ୍ୟ ହୋଇଛି ଦଳ। ହେଲେ ଏପରି ଆଲୋଚନାକୁ ଦଳ ଖଣ୍ଡନ କରିଛି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ସର୍ଭେ ଅନୁସାରେ ପ୍ରାର୍ଥୀ କରଯାଇଛି, ଅସନ୍ତୋଷର ଭୟ ନାହିଁ।

ନୂଆ ତାଲିକାରେ କିଛି ନେତାଙ୍କ ପୁଅ ଓ ପତ୍ନୀଙ୍କୁ ଦଳ ଟିକେଟ୍ ଦେଇଛି। ଚିଟ୍‌ଫଣ୍ଡ ମାମଲାରେ ଜେଲ୍ ଯାଇ ଜାମିନରେ ଆସିଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଂଜନ ଓ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକଙ୍କୁ ଟିକେଟ୍ ମିଳିଛି। ବାସୁଦେବପୁରରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଓ ଭଦ୍ରକ ଲୋକସଭା ଆସନ ପାଇଁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି। ଏହାବାଦ୍ ୨୦୧୪ ମସିହାରେ ଟିକେଟ କଟିଥିବା ପ୍ରେମାନନ୍ଦ ନାୟକ, ସତ୍ୟନାରାୟଣ ପ୍ରଧାନଙ୍କୁ ଦଳ ପୁଣିଥରେ ଭରସାକୁ ନେଇଛି। ଏହାସହ କରଞ୍ଜିଆ ଓ ପାଟଣାରେ ଜଣାଶୁଣା ରାଜନୈତିକ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।

ଏବେ ବି ଢେଙ୍କାନାଳ, କଟକ ଓ କେନ୍ଦୁଝର ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନି ଦଳ। ସେହିପରି ଆଉ ୪୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ବାକି ଅଛି। କୁହାଯାଉଛି ବହୁ ଦାବିଦାରଙ୍କୁ ନେଇ ବିବାଦ ଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି।



from Odisha Reporter https://ift.tt/2TC4pZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages