
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ପ୍ରଥମ ନିର୍ବାଚନ ପ୍ରଚାର ଅଭିଯାନ ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁର ସହରରୁ ଆରମ୍ଭ କରିବେ। ମୋଦିଙ୍କ ଜୟପୁର ଗସ୍ତର ପ୍ରସ୍ତୁତି କାର୍ଯ୍ୟକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିବା ପରେ ମୋଦିଙ୍କ ଏହି ଗସ୍ତ ସମସ୍ତଙ୍କ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ ବୋଲି କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଗରିବ କଲ୍ୟାଣ କାର୍ଯ୍ୟକ୍ରମର ଗୋଟିଏ ନୂଆ ପରିଭାଷା ସୃଷ୍ଟି କରିଛନ୍ତି। ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ବିଜୁଳି, ଉଜ୍ଜ୍ୱଳା ଯୋଜନାରେ ଏଲପିଜି ଗ୍ୟାସ,ସବୁ ଗରିବଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସହ କୃଷିକୁ ପ୍ରାଥମିକତା ଦେବା, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନାରେ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା, କିଷାନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ତଥା ଦେଶର ମର୍ଯ୍ୟାଦାକୁ ବଢାଇବା ଓ ଶତ୍ରୁମାନଙ୍କୁ ପରାଜିତ କରିବାର ନେତୃତ୍ୱ ନେଇଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଅଞ୍ଚଳ ଗୁଡିକୁ ଆକାଂକ୍ଷୀ ଜିଲ୍ଲା ଭାବେ ପରିଣତ କରି ଏହି ଅଞ୍ଚଳର ମୌଳିକ ସୁବିଧାକୁ ପ୍ରଧାନମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି। କୋରାପୁଟର ରାୟଗଡ଼ା ଜିଲ୍ଲାରେ ରେଳ ଡିଭିଜନ ବନାଇବା ମୋଦି ସରକାରଙ୍କ ବଡ ଉପହାର। ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ପହଞ୍ଚାଇବାର ଯୋଜନା କରିବା ମୋଦି ସରକାରଙ୍କ ଦାୟିତ୍ୱ ରହିଛିା ତେଣୁ ଅବିଭକ୍ତ କୋରାପୁଟ ଏଥର ନରେନ୍ଦ୍ର ମୋଦିଙ୍କୁ ନିଶ୍ଚୟ ଆଶୀର୍ବାଦ ଦେବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଓଡ଼ିଶା ମୋଦିମୟ ହୋଇଛି। ମୋଦିଙ୍କ ଉପରେ ଓଡ଼ିଆ ଲୋକଙ୍କ ଭରସା ବଢ଼ିଛି। ଦିଲ୍ଲୀ ଓ ଓଡ଼ିଶାରେ ମୋଦିଙ୍କ ଡବଲ୍ ଇଞ୍ଜିନ ସରକାର ବନେଇବାର ଆବଶ୍ୟକତା ରହିଛି। ସାରା ଓଡ଼ିଶା ଏଥିପାଇଁ ଏକାଠି ହେବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2YwhszO
No comments:
Post a Comment