ବିଜେଡି ଟିକେଟ୍ ଚୂଡ଼ାନ୍ତରେ ଇଣ୍ଡଷ୍ଟ୍ରି ଲବି କାମ କରୁଛି: ବିଜେଡି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବିଜେଡି ଟିକେଟ୍ ଚୂଡ଼ାନ୍ତରେ ଇଣ୍ଡଷ୍ଟ୍ରି ଲବି କାମ କରୁଛି: ବିଜେଡି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡିର ଟିକେଟ୍ ଚୂଡ଼ାନ୍ତ କରିବାରେ ଇଣ୍ଡଷ୍ଟ୍ରି ଲବି ଅଧିକ କାମ କରୁଛି। ଇଣ୍ଡଷ୍ଟ୍ରି ସେକ୍ଟର ଯେଉଁ ରିପୋର୍ଟ ଦେଉଛି ତାହା ଆଧାରରେ ବିଜେଡିରେ ଟିକେଟ୍ ଚୂଡ଼ାନ୍ତ ହେଉଛି। ଆଶାୟୀ ପ୍ରାର୍ଥୀଙ୍କ ସୁଦୃଢ଼ ଆର୍ଥିକ ସ୍ଥିତିକୁ ଟିକେଟ ଦିଆଯିବା ବେଳେ ସର୍ବାଧିକ ଗୁରୁତ୍ୱ ମିଳିଥାଏ।” ଏହା ହିଁ ବିଜେଡିରେ ଟିକେଟ ବଣ୍ଟାର ଅସଲ ଗୁମର। ଆଉ ଏହି ଗୁମରକୁ ଛେଣ୍ଡିପଦାର ବିଜେଡି ବିଧାୟକ ସୁଶାନ୍ତ ବେହେରା ପଦାରେ ପକାଇଛନ୍ତି।

ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କୁ କିଭଳି ଓ କେଉଁ ଆଧାରରେ ଟିକେଟ୍ ମିଳେ, ତା’ର ଗୁମର ଖୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ବିଭିନ୍ନ ପର୍ଯ୍ୟାୟରେ ବିଜେଡିରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥାଏ। ନିଜ କଥାକୁ ସରଳ ଭାବେ ବୁଝାଇବାକୁ ଯାଇ ବିଜେଡି ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ସର୍ବପ୍ରଥମେ ଯେକୌଣସି ଅଞ୍ଚଳରେ ଆଶାୟୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ। ଆଶାୟୀଙ୍କ ଲୋକପ୍ରିୟତା ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଥାଏ। ଉକ୍ତ ତାଲିକାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରସ୍ତୁତ କରିଥାନ୍ତି। ଯାହାକି ଆଇଏଏସ ଲବି ମାଧ୍ୟମରେ ହୋଇଥାଏ। ତା’ପରେ ବିିଭିନ୍ନ ଏନଜିଓଗୁଡ଼ିକ ଜରିଆରେ ସେହି ପ୍ରାର୍ଥୀଙ୍କ ଲୋକପ୍ରିୟତା ଆକଳନ କରାଯାଏ। ତା’ପରେ ରାଜ୍ୟ ଗୁଇନ୍ଦା ବିଭାଗ ଗୋଟିଏ ରିପୋର୍ଟ ପଠାଏ। ତା’ପରେ ବିଡିଓମାନଙ୍କଠୁ ରିପୋର୍ଟ ନିଆଯାଏ।

ସେସବୁ ରିପୋର୍ଟରେ ଯାହା ସପକ୍ଷରେ ସର୍ବାଧିକ ସକାରାତ୍ମକ ମତ ରହିଥାଏ ସର୍ବପ୍ରଥମେ ତା’ର ଆର୍ଥିକ ସ୍ଥିତିକୁ ଦେଖାଯାଏ। ଯଦି ତା’ର ଆର୍ଥିକ ସ୍ଥିତି ସୁଦୃଢ଼ ଥାଏ, ତା’ହେଲେ ତା’ର ଅନ୍ୟ ଦିଗ ଯଥା ତା’ର କେତେ ବନ୍ଧୁ ଅଛନ୍ତି ଓ ସେ କେଉଁ ବର୍ଗର ଆଦି ଦେଖିବା ପରେ ତା’କୁ ଟିକେଟ୍ ମିଳିବାର ସମ୍ଭାବନା ସୃଷ୍ଟି ହୁଏ। କିନ୍ତୁ ଏସବୁ ପରେ ବି ଇଣ୍ଡଷ୍ଟ୍ରିଗୁଡ଼ିକ(ଶିଳ୍ପପତି)ମାନେ ଗୋଟିଏ ରିପୋର୍ଟ ଦିଅନ୍ତି। ସେମାନଙ୍କ ରିପୋର୍ଟ ସବୁଠୁ ବେଶୀ ଗୁରୁତ୍ୱ ବହନ କରେ। ସେମାନେ ସେମାନଙ୍କ ଫାଇଦା ଅନୁସାରେ ରିପୋର୍ଟ ଦିଅନ୍ତି। ଯେମିତିକି ଯେଉଁଠି ଶିଳ୍ପ କରିଛନ୍ତି ସେଠି ସେମାନଙ୍କ ପାଇଁ କିଏ ଅଧିକ ଫାଇଦା ଦେଉଛି କିମ୍ବା ଭବିଷ୍ୟତରେ ସେମାନଙ୍କ ପାଇଁ କିଏ ସମସ୍ୟା ସୃଷ୍ଟି କରିବ ବା ନକରିବ, ତା’ର ରିପୋର୍ଟ ସେମାନେ ପଠାନ୍ତି। ଏସବୁ ପରେ ହିଁ ଜଣେ ଆଶାୟୀଙ୍କୁ ବିଜେଡି ଟିକେଟ ଦେଇଥାଏ ବୋଲି ଶ୍ରୀ ବେହେରା କହିଛନ୍ତି।

ଏହି ଟିକେଟ ବଣ୍ଟନକୁ ଏବେ ଏରିଆ ଅନୁସାରେ ବିଜେଡିର କିଛି ନେତା ଭାଗଭାଗ କରି ବାଣ୍ଟି ନେଇଛନ୍ତି। ଏହି ନେତାମାନେ ହେଲେ ପ୍ରତାପ ଜେନା, ଦେବାଶିଷ ସମାନ୍ତରାୟ(ଋଷି), ବବି ବାବୁ (ପ୍ରଣବ ପ୍ରକାଶ ଦାସ), ଦାସବର୍ମା(ସଞ୍ଜୟ) ଆଦି ଭାଗ କରି ନେଇଛନ୍ତି। ସେମାନେ ବି ଗୋଟିଏ ରିପୋର୍ଟ ଦିଅନ୍ତି ବୋଲି ସେ କହିଛନ୍ତି।

ନିର୍ବାଚନୀ ଖର୍ଚ୍ଚ ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ଗତଥର(୨୦୧୪ ନିର୍ବାଚନରେ) ତାଙ୍କୁ ଦଳ ୬୦ଲକ୍ଷ ଟଙ୍କା ଦେଇଥିଲା। ତା’ପୁଣି ୨-୩ ଥରରେ ଆସିଥିଲା। କିନ୍ତୁ ବାସ୍ତବରେ ତାଙ୍କର ୩-୪କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କେବଳ ପ୍ରାର୍ଥୀପତ୍ର ଦାଖଲ ଦିନ ହିଁ ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ବିଜେଡିରେ ଟିକେଟଟିଏ ପାଇଁ ବହୁ ଦିଗକୁ,ବିଶେଷ କରି ଆର୍ଥିକ ସ୍ଥିତିକୁ ଦେଖାଯାଇଥାଏ ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି।



from Odisha Reporter https://ift.tt/2WqZv3t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages