ଆରବିଆଇ ମୁଖ୍ୟଙ୍କ ନିଯୁକ୍ତି ବାବଦରେ ତଥ୍ୟ ଦେଲାନି କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଆରବିଆଇ ମୁଖ୍ୟଙ୍କ ନିଯୁକ୍ତି ବାବଦରେ ତଥ୍ୟ ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ନେଇ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଆଇନର ଏକ ଧାରାର ଉଦାହରଣ ଦେଇ କୁହାଯାଇଛି, ଏହି ଆଇନ ଅନୁଯାୟୀ ମନ୍ତ୍ରୀ ପରିଷଦ, ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ଆଲୋଚନା ରେକର୍ଡରୁ ତଥ୍ୟ ସାର୍ବଜନୀନ କରାଯାଇ ପାରିବନି।

ଏକ ଆରଟିଆଇ ଆବେଦନରେ ଉତ୍ତର ରଖି ଏପରି କୁହାଯାଇଥିଲା। ଏହି ଆବେଦନ ଆରବିଆଇ ଗଭର୍ଣ୍ଣର ପଦବୀ ପାଇଁ ଶର୍ଟ ଲିଷ୍ଟ କରାଯାଇଥିବା ବ୍ୟକ୍ତିମାନଙ୍କ ନାମ ଏବଂ ନିଯୁକ୍ତି ସମ୍ପର୍କିତ ଫାଇଲ ସମେତ ଅନ୍ୟ ତଥ୍ୟ ମଧ୍ୟ ମଗାଯାଇଥିଲା। ଶ୍ରୀ ଦାସ ୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଏହି ନିଯୁକ୍ତି ବାବଦରେ ନିଷ୍ପତ୍ତି ନେଇଥିଲା।

କେନ୍ଦ୍ର ସରକାରଙ୍କ ସହିତ ସୃଷ୍ଟି ହୋଇଥିବା ମନୋମାଳିନ୍ୟକୁ ନେଇ ହଠାତ ଉର୍ଜିତ ପଟେଲ ଇସ୍ତଫା ଦେବାପରେ ଏହି ନୂଆ ନିଯୁକ୍ତି କରାଯାଇଥିଲା। ଆରବିଆଇର ପରିଚାଳନା ଏବଂ ସ୍ୱାତନ୍ତ୍ର୍ୟକୁ ନେଇ ଶ୍ରୀ ପଟେଲ ଅଭିଯୋଗ କରିବା ପରେ ଇସ୍ତଫା ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ ଯେ, ସର୍ବୋଚ୍ଚ ବ୍ୟାଙ୍କର ଶୀର୍ଷ ଦାୟିତ୍ୱ ନେବାରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ। ସେ ଆଗାମୀ ୩ ବର୍ଷ ଯାଏ ଏହି ଦାୟିତ୍ୱ ତୁଲାଇବେ। ୨୦୧୫ରୁ ୨୦୧୭ ମସିହାଯାଏ ଅର୍ଥନୀତିକ ବ୍ୟାପାର ସଚିବ ଦାୟିତ୍ୱ ତୁଲାଇଥିବା ଶ୍ରୀ ଦାସ ଆରବିଆଇ ଦାୟିତ୍ୱ ନେବା ପୂର୍ବରୁ ଅର୍ଥ କମିଶନ୍‌ର ସଦସ୍ୟଭାବେ କାର୍ଯ୍ୟ କରୁଥିଲେ।

ସେ ହିଁ ୨୦୧୬ ମସିହାରେ ଲାଗୁ ହୋଇଥିବା ନୋଟ୍‌ବନ୍ଦୀ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନୋଟ୍‌ବନ୍ଦୀର ସଫଳତାକୁ ନେଇ ପ୍ରଶ୍ନ ଉଠିବା ସମୟରେ ସେ ସରକାରଙ୍କ ପକ୍ଷ ରଖି ଆସିଥିଲେ।



from Odisha Reporter https://ift.tt/2HHDb2u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages