୫ହଜାର ରନ କ୍ଲବରେ ରାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

୫ହଜାର ରନ କ୍ଲବରେ ରାଇନା

ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଇତିହାସ ରଚିଛନ୍ତି। ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୫ହଜାର ରନ୍ ପୂରଣ କରିଛନ୍ତି। ରାଇନାଙ୍କୁ ଏହି ଉପଲବ୍ଧି ହାସଲ କରିବା ପାଇଁ ମାତ୍ର ୧୫ ରନ୍ ଆବଶ୍ୟକ ହେଉଥିଲା।

ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ରାଇନା ଉକ୍ତ ମ୍ୟାଚରେ ମାତ୍ର ୧୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୭୭ ମ୍ୟାଚରେ ୩୫ ଅର୍ଦ୍ଧଶତକ ମାରିଛନ୍ତି। ଚେନ୍ନାଇ ଆଇପିଏଲରୁ ଦୁଇ ବର୍ଷ ବାସନ୍ଦ ହେବା ପରେ ରାଇନା ୨୦୧୬ ଓ ୨୦୧୭ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ।

ଏହି ଦୁଇଟି ସଂସ୍କରଣରେ ରାଇନା ଗୁଜରାଟ ପକ୍ଷରୁ ୮୪୧ ରନ୍ କରିଥିଲେ। ରାଇନାଙ୍କ ନାମରେ ଆଇପିଏଲର କୌଣସି ତିନୋଟି ସିଜନରେ ୫୦୦ରୁ ଅଧିକ ରନ୍ କରିବାର ରେକର୍ଡ ରହିଛି। ୨୦୧୩ରେ ସେ ସର୍ବାଧିକ ୫୪୮ ରନ୍ କରିଥିଲେ। ଏହି ସଂସ୍କରଣରେ ମଧ୍ୟ ରାଇନା କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ନିଜର ପ୍ରଥମ ଶତକ ମାରିଥିଲେ।



from Odisha Reporter https://ift.tt/2WjyQWr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages