
କୋଲକାତା: ଚଳିତ ଆଇପିଏଲର ରବିବାର ଦୁଇଟି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦିବସର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ କେକେଆର କ୍ୟାପଟେନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଉକ୍ତ ମ୍ୟାଚରେ ହାଇଦ୍ରାବାଦ ଟିମର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ଆହତ କାରଣରୁ ଖେଳିପାରିନାହାନ୍ତି। ତାଙ୍କ ସ୍ଥାନରେ ଭୁବନେଶ୍ବର କୁମାର ପ୍ରଥମଥର ଟିମର ନେତୃତ୍ବ ନେବେ। ଡେଭିଡ ଓ୍ବାର୍ଣ୍ଣର ଆଇପିଏଲ ଦ୍ବାରା କ୍ରିକେଟକୁ ଫେରିଛନ୍ତି। ବଲ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଓ୍ବାର୍ଣ୍ଣରଙ୍କ ଦଣ୍ଡୋଦେଶ ଚଳିତମାସ ଶେଷଭାଗରେ ଶେଷ ହେବ। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରିବେ।
ହାଇଦ୍ରାବାଦ (ଚୂଡ଼ାନ୍ତ ଏକାଦଶ): ଡେଭିଡ ଓ୍ବାର୍ଣ୍ଣର, ଜନ୍ନି ବେୟାରଷ୍ଟୋ (ଓ୍ବିକେଟକିପର), ମନିଷ ପାଣ୍ଡେ, ଦୀପକ ହୁଡା, ସାକିବ ଅଲ ହାସନ, ବିଜୟ ଶଙ୍କର, ୟୁସୁଫ ପଠାନ, ରଶିଦ ଖାନ, ଭୁବନେଶ୍ବର କୁମାର (ଅଧିନାୟକ), ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା।
କେକେଆର (ଚୂଡ଼ାନ୍ତ ଏକାଦଶ): କ୍ରିସ ଲିନ, ସୁନୀଲ ନରିନ, ରବିନ ଉଥାପ୍ପା, ଶୁବମାନ ଗିଲ, ନୀତୀଶ ରାଣା, ଦିନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, ପୀୟୂଷ ଚାଓ୍ବଲା, କୁଲଦୀପ ଯାଦବ, ଲକି ଫର୍ଗୁସନ, ପ୍ରସିଦ କ୍ରିଷ୍ଣା।
from Odisha Reporter https://ift.tt/2TWHNYY
No comments:
Post a Comment