ପଦାରେ ପଡ଼ିଲା ବିଜେଡି କଳି, କୁହୁଳୁଛି ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପଦାରେ ପଡ଼ିଲା ବିଜେଡି କଳି, କୁହୁଳୁଛି ଅସନ୍ତୋଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୮ ନୂଆ ସାଂସଦ ପ୍ରାର୍ଥୀ ଓ ୨୬ ଜଣ ନୂଆ ବିଧାୟକ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି। ଆଜି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଆସିକା ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ନିର୍ବାଚନରେ ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରତ୍ୟୁଷା ରାଜେଶ୍ୱରୀ କନ୍ଧମାଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଟିକଟ ପାଇବେ ବୋଲି ସେ ଆଶା ବାନ୍ଧି ବସିଥିଲେ। ମାତ୍ର ଦଳ ତାଙ୍କ ସ୍ଥାନରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ।

ସେ କହିଛନ୍ତି-“ନୟାଗଡ଼ ବିଧାନସଭା ଆସନରୁ ମୁଁ ଲଢ଼ିବାକୁ ଚାହୁଁଛି। ଯଦି ନୟାଗଡ଼ରୁ ଟିକେଟ ନ ମିଳେ ତାହାଲେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବି।”

ସେହିପରି ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆସିକା ବିଧାୟକ ଦେବରାଜ ମହାନ୍ତି। ସେ କହିଛନ୍ତି,“ବିଧାୟକ ଭାବେ ଅନେକ କାମ କରିଛି। ତା’ ଛଡ଼ା ଦଳ ଗଠନ ଦିନରୁ ମୁଁ କାମ କରି ଆସିଛି। ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ରହି ସବୁବେଳେ କାମ କରିଛି। ସବୁ ଯୋଗ୍ୟତା ଥାଇ ସୁଦ୍ଧା କଣ ପାଇଁ ମୋ ଟିକେଟ କଟିଲା, ଜାଣି ପାରୁନାହିଁ।”

ପ୍ରକାଶ ଥାଉକି, ବିଜେଡି ଦେବରାଜଙ୍କ ବଦଳରେ ପୂର୍ବତନ ସାଂସଦ ଲଡ଼ୁକିଶୋର ସ୍ୱାଇଁଙ୍କ ଧର୍ମପତ୍ନୀ ମଞ୍ଜୁଳା ସ୍ୱାଇଁଙ୍କୁ ଆସିକାରୁ ପ୍ରାର୍ଥୀ କରିଛି।

ସେହିପରି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ ମଧ୍ୟ କଟିଛି। ଦଳୀୟ ପ୍ରାର୍ଥୀତ୍ୱରୁ ବଞ୍ଚିତ ହେବା ପରେ ପୂର୍ଣ୍ଣଚନ୍ଦ୍ର କହିଛନ୍ତି,“ମୋ ପ୍ରତି ଅନ୍ୟାୟ ହୋଇଛି। ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ ମଧ୍ୟ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ନିଜ ନିର୍ବାଚନମଣ୍ଡଳୀର କର୍ମୀଙ୍କ ସହ କଥା ହୋଇ ପରବର୍ତ୍ତୀ ପଦକ୍ଷେପ ନେବି।”

ଦଶପଲ୍ଲା ପାଇଁ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ଥାନରେ ବିଜେଡି ରମେଶ ବେହେରାଙ୍କୁ ଟିକେଟ ଦେଇଛି।

କଳାହାଣ୍ଡିରୁ ଟିକେଟ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ। ସେ କହିଛନ୍ତି-“ମୋତେ ଓ ମୋ ପତ୍ନୀଙ୍କୁ ଡାକି ଆଲୋଚନା କରିଥିଲେ। ମୋତେ କିଛି ନଜଣାଇ ଟିକେଟ କାଟି ଅନ୍ୟ ଲୋକଙ୍କୁ ଦେଲେ। ସଂଗଠନ ପାଇଁ କାମ କରିବାକୁ ସ୍ପଷ୍ଟ ଭାବେ କହିପାରିଥାନ୍ତେ। ତାହା ନକରି ବିଶ୍ୱାସଘାତ କଲାଭଳି କାର୍ଯ୍ୟ କରିଛନ୍ତି। ବିରୋଧ କରୁଥିବା ଲୋକଙ୍କୁ ବିଜେଡି ଟିକେଟ ଦେଇଛି। ଦିନକ ଆଗରୁ ଯୋଗଦେଇଥିବା ଲୋକଙ୍କୁ ମଧ୍ୟ ଟିକେଟ ମିଳିଛି।”



from Odisha Reporter https://ift.tt/2TjQxDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages