ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ବିଜେଡିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ତାଙ୍କର ୬୦ରୁ ଅଧିକ ସମର୍ଥକ ମଧ୍ୟ ଦଳ ଛାଡ଼ିଛନ୍ତି। ସେମାନେ ସମସ୍ତେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଯାହାଫଳରେ ପାରଳାଖେମୁଣ୍ଡିରେ ବିଜେଡି ସଙ୍କଟରେ ପଡ଼ି ଯାଇଛି।

ଗତକାଲି ପ୍ରକାଶ ପାଇଥିବା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ କେ. ନାରାୟଣ ରାଓଙ୍କ ନାଁ ବାଦ ପଡ଼ିଥିଲା। ବିଜେଡି ସୁପ୍ରିମୋ ଶ୍ରୀ ରାଓଙ୍କ ସ୍ଥାନରେ ପାରଳା ମହାରାଜଙ୍କ ଝିଅ କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ କେ. ନାରାୟଣ ରାଓଙ୍କ ସମେତ ୬୦ରୁ ଅଧିକ ନେତା ଓ କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ପାରଳାଖେମୁଣ୍ଡିର ଦୁଇଟି ଜିଲ୍ଲାପରିଷଦ ସଭ୍ୟ, ୨ଟି ବ୍ଲକ ଅଧ୍ୟକ୍ଷ, କିଛି ସରପଞ୍ଚ, ସମିତି ସଭ୍ୟ, ଛାତ୍ର ବିଜେଡି ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କ ପାଖକୁ ପଠାଇ ଦେଇଛନ୍ତି।

ନିଜ ପ୍ରତିକ୍ରିୟାରେ କେ. ନାରାୟଣ ରାଓ କହିଛନ୍ତି,“ଦୀର୍ଘ ୨୦ ବର୍ଷ ଧରି ବିଜେଡି ପାଇଁ କାମ କରିଛି। କିନ୍ତୁ ଦଳ ଆଜି ମତେ ବଡ଼ ଧୋକା ଦେଇଛି। ଦୀର୍ଘ ଦିନ ଧରି ଦଳରେ ଥାଇ ବି ପ୍ରାର୍ଥୀ ଚୟନ ସମୟରେ ମୋ ପାଖରୁ ମତାମତ ମଧ୍ୟ ନିଆଯାଇନି। ଜଣେ ଅଜଣା ବ୍ୟକ୍ତିଙ୍କୁ ବିଜେଡି ଟିକେଟ ଦେଇଛି। ଯିଏ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ କେତେ ବ୍ଲକ ଅଛି ଜାଣିନଥିବେ। ଏମିତିକି ସେ ବିଜେଡି ପ୍ରାଥମିକ ସଦସ୍ୟ ମଧ୍ୟ ନୁହନ୍ତି। ତା ସତ୍ତ୍ୱେ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।”



from Odisha Reporter https://ift.tt/2FmFVQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages