ବିକଳ୍ପ ହୋଇ ଠିଆ ହେଲା ଜନତା ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ବିକଳ୍ପ ହୋଇ ଠିଆ ହେଲା ଜନତା ଦଳ

ଦେଶର ୬ଷ୍ଠ ନିର୍ବାଚନ ହୋଇଥିଲା ୧୯୭୭ରେ। ଏହି ନିର୍ବାଚନରେ ମୁଖ୍ୟ ଇସ୍ୟୁ ଥିଲା କଂଗ୍ରସ ସରକାରର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ଜୁନ ୨୫ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜାରି କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ଏହି ସମୟରେ ନାଗରିକ ସ୍ୱାଧୀନତା ବିପନ୍ନ ହୋଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହାତରେ ଥିଲା ଅଖଣ୍ଡ କ୍ଷମତା।

ଏହି ଘଟଣା ପରେ ଇନ୍ଦିରାଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା ଯାହାର ଫଳ ତାଙ୍କୁ ୬ଷ୍ଠ ଲୋକସଭା ନିର୍ବାଚନରେ ଭୋଗିବାକୁ ପଡ଼ିଲା ।  ଜାନୁୟାରୀ ୨୩ରେ ଶ୍ରୀମତୀ ଗାନ୍ଧୀ ନିର୍ବାଚନ ଘୋଷଣା କରିଥିଲେ। ଅର୍ଗାନାଇଜେସନ କଂଗ୍ରେସ, ଜନସଂଘ, ଭାରତୀୟ ଲୋକଦଳ ଏବଂ ସୋସାଲିଷ୍ଟ ପାର୍ଟି ପରି ୪ ବିରୋଧୀ ଦଳ ଗୋଟିଏ ଦଳ ହୋଇ ୬ଷ୍ଠ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତି ନେଇଥିଲେ। ଏହି ୪ ଦଳକୁ ନେଇ ଗଢି ଉଠିଲା ନୂଆ ଦଳ ‘ଜନତା ଦଳ’।

ଦେଶରେ ଏକ ଦୃଢ ସରକାରର ଆବଶ୍ୟକତା ଅଛି କହି କଂଗ୍ରେସ  ଲୋକଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ବହୁ ଚେଷ୍ଟା କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ପ୍ରଥମଥର ପାଇଁ ପରାଜୟର ସ୍ୱାଦ ଚାଖିଥିଲା। ମୋରାରଜୀ ଦେଶାଈଙ୍କ ନେତୃତ୍ୱରେ ଜନତା ଦଳ ୨୯୮ ଆସନରେ ଜିତିଥିଲା। ସେହିବର୍ଷ ମାର୍ଚ୍ଚ ୨୪ରେ ଅଣ-କଂଗ୍ରେସ ନେତା ଭାବେ ଦେଶାଇ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସ ୨୦୦ ଆସନ ହରାଇଥିଲା। ।



from Odisha Reporter https://ift.tt/2CpnQz9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages