
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଏକତରଫା ପ୍ରେମ କରୁଥିବା ଜଣେ ଯୁବକର ଉନ୍ମତ୍ତକାଣ୍ଡ। ପ୍ରେମରେ ବିଫଳ ହେବା ଯୋଗୁ ରାଗରେ ଝିଅର ବଡ଼ ଭାଇଙ୍କୁ କରିଛି ମରଣାତ୍ମକ ଆକ୍ରମଣ। ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ।
ଅଭିଯୋଗ ଅନୁଯାୟୀ, ଖୁଜେନପାଲି ଗାଁର ବିଜୟ ବନଛୋର ଦୀର୍ଘ ବର୍ଷ ହେଲା ସେହି ଗାଁର ଅଭିଷେକ (ଛଦ୍ମନାମ)ଙ୍କ ଭଉଣୀଙ୍କୁ ଏକ ତରଫା ପ୍ରେମ କରି ଆସୁଥିଲା। ତାଙ୍କ ଭଉଣୀଙ୍କର ବାହାଘର ହୋଇଯାଇଛି। ସେ ବାହା ହେବା ପରେ ସ୍ୱାମୀଙ୍କ ସହିତ ବାପ ଘରେ ରହୁଛନ୍ତି। ସେ ବାହା ହୋଇସାରିଥିବା ସତ୍ତ୍ୱେ ବିଜୟ ତାଙ୍କୁ ବାରମ୍ବାର ହଇରାଣ କରି ଆସୁଥିଲା। ଏନେଇ ସଦର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ଅଭିଷେକଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିବା ବିଜୟ ଆଜି ସକାଳେ ତାଙ୍କୁ ଆକ୍ରମଣ କରିଥିଲା। ଅଭିଷେକ ଗାଁ ଦାଣ୍ଡରେ ଛିଡ଼ା ହୋଇଥିବା ବେଳେ ବିଜୟ ତାଙ୍କୁ ଟାଙ୍ଗିଆରେ ପଛପଟୁ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡ ଓ ପିଠିରେ ସେ ଚୋଟ ପକାଇ ଫେରାର ହୋଇଯାଇଥିଲା।
ଅଭିଷେକଙ୍କୁ ତାଙ୍କ ପରିବାର ଲୋକେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି। ସେହିପରି ବାମପଟ କାନ ପାଖରେ ୩୦ଟି ଷ୍ଟିଚ୍ ପଡ଼ିଛି।
ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଥିବା ବେଳେ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2ULn5YF
No comments:
Post a Comment