ସୋଶାଲ୍‌ ମିଡିଆ ବ୍ୟକ୍ତିଗତ ଜୀବନରେ ଆଣୁଛି ଦୂରତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ସୋଶାଲ୍‌ ମିଡିଆ ବ୍ୟକ୍ତିଗତ ଜୀବନରେ ଆଣୁଛି ଦୂରତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଦୁନିଆରେ ଆମେ ସମସ୍ତେ ସୋଶାଲ୍‌ ମିଡିଆ ବ୍ୟବହାର କରୁଛୁ। ଏହା ଆମ ଦୈନନ୍ଦିନ ଜୀବନରେ ଏତେମାତ୍ରାରେ ଅଭ୍ୟାସରେ ପରିଣତ ହୋଇଗଲାଣି ଯେ, ଆମେ ଏଥିରୁ ୧୦ ମିନିଟ୍‌ ମଧ୍ୟ ଦୂରେଇ ରହିପାରୁନାହୁଁ। ତେବେ ସୋଶାଲ୍‌ ମିଡିଆ ପୂରା ପୂରି ଆମ ଜୀବନକୁ ପ୍ରଭାବିତ କରିସାରିଲାଣି।

କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କର ଅନ୍‌ଲାଇନ୍‌ ଜୀବନ ଆପଣଙ୍କ ଅସଲ ଜୀବନରେ ମଧ୍ୟ ପ୍ରଭାବ ପକାଉଛି। ଏହା ଯୋଗୁ ଆପଣଙ୍କ ସମ୍ପର୍କରେ ଦୂରତା ଆସୁଛି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଏହି କଥା ହିଁ ପ୍ରମାଣ କରୁଛି। କିପରି ସୋଶାଲ୍‌ ମିଡିଆ ଆପଣଙ୍କ ସମ୍ପର୍କ ମଧ୍ୟରେ ଦୂରତା ଆଣୁଛି ପଢ଼ନ୍ତୁ।

ଏକ ରିପୋର୍ଟ ଅନୁସାରେ, ଆପଣ ଯଦି ଆବଶ୍ୟକତାଠାରୁ ଅଧିକ ସମୟ ସୋଶାଲ୍‌ ମିଡିଆ ବ୍ୟବହାର କରୁଥାନ୍ତି, ତାହାଲେ ଏହା ଆପଣଙ୍କ ସମ୍ପର୍କରେ ମଧ୍ୟ ଖରାପ ପ୍ରଭାବ ପକାଥାଏ। Carnegie Mellon University and University of Kansas ଏହି ବିଷୟ ଉପରେ ଅଧ୍ୟୟନ କରି ଏହା ପ୍ରମାଣ କରିଛନ୍ତି।

ଆଉ ସେମାନେ ଏହା ମଧ୍ୟ ପ୍ରମାଣ କରିଛନ୍ତି ଯେ, ଆପଣ ସୋଶାଲ୍‌ ମିଡିଆରେ ବ୍ୟକ୍ତିଗତ ସମ୍ପର୍କକୁ ସେୟାର କରିବା ମଧ୍ୟ ସମ୍ପର୍କ ଖରାପ ହେବାର ପ୍ରମୁଖ କାରଣ ହୋଇପାରେ। କାରଣ ଆପଣ ବ୍ୟକ୍ତିଗତ ସମ୍ପର୍କକୁ ସେୟାର କରିବା ଦ୍ୱାରା ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର କିଭଳି ସମ୍ପର୍କ ରହିଛି ତାହା ଅନ୍ୟମାନେ ଜାଣନ୍ତି। ଆଉ ଏହି କାରଣରୁ ଆପଣଙ୍କ ବନ୍ଧୁ କିମ୍ବା ପାର୍ଟନର ନିଜକୁ ଏକା ଭାବୁଥାଇ ପାରନ୍ତି। ଆଉ ଏହାକୁ ନେଇ ସମ୍ପର୍କ ଭିତରେ ତିକ୍ତତା ଆସିବା ଆରମ୍ଭ ହୋଇଥାଏ।

ଏବେ ଆପଣ ଭାବୁଥିବେ ଯେ, ଆପଣଙ୍କ ଏହି ସମସ୍ୟାର ସମାଧାନ କ’ଣ କରାଯାଇପାରେ। ସେହି ଅଧ୍ୟୟନରୁ ଏହାର ଉପାୟ ମଧ୍ୟ ବାହାର କରାଯାଇଛି। ଯଦି ଆପଣ ସୋଶାଲ୍‌ ମିଡିଆରେ ଆପଣଙ୍କ ବ୍ୟକ୍ତିଗତ କଥା ସେୟାର କରୁଛନ୍ତି ତାହାଲେ ସହି ସମୟରେ ଆପଣ ନିଜ ପାର୍ଟନର୍‌ଙ୍କୁ ମଧ୍ୟ ସେହି ଭାବରେ ଧ୍ୟାନ ଦେଇ ପୋଷ୍ଟ କରନ୍ତୁ। ଏହା ଯୋଗୁ ଆପଣଙ୍କ ସମ୍ପର୍କରେ ଥିବା ତିକ୍ତତା ଦୂର ହୋଇପାରେ। ଏହାର କାରଣ ଏହା ନୁହେଁ ଯେ, ଆପଣଙ୍କ ପାର୍ଟନର୍‌ ଆପଣଙ୍କ ନିକଟତର ହେବେ। କିନ୍ତୁ ଏହା କଲେ ଆପଣଙ୍କ ପାର୍ଟନର ନିଜକୁ ଏକା ଭାବିବେ ନାହିଁ। ଏବଂ ସମ୍ପର୍କ ମଜବୁତ୍‌ ହେବା ସମ୍ଭାବନା ରହିବ।

ଯଦି ଆପଣ ସାଙ୍ଗମାନଙ୍କ ସହ କିଛି ଫଟୋ ପୋଷ୍ଟ କରୁଛନ୍ତି, ଆଉ ସାଙ୍ଗଙ୍କ ବିଷୟରେ କିଛି ଲେଖୁଛନ୍ତି, ତାହାଲେ ଏହା ମଧ୍ୟ ଆପଣଙ୍କ ସାଙ୍ଗଙ୍କ ଉପରେ ସକାରାତ୍ମକ ବା ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ତେଣୁ ଆପଣ ଯେତେବେଳେ କିଛି ପୋଷ୍ଟ କରୁଛନ୍ତି, ତାହାଲେ ଆପଣଙ୍କ ବନ୍ଧୁଙ୍କ ବିଷୟରେ କିଛି ଭଲ କଥା ଲେଖନ୍ତୁ। ଏହା ଆପଣଙ୍କ ସମ୍ପର୍କକୁ ଦୃଢୀଭୂତ କରିବାରେ ସାହାଯ୍ୟ କରିବ।



from Odisha Reporter https://ift.tt/2EZIs1t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages