
ସୋନପୁର (ରବୀନ୍ଦ୍ର କୁମାର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ପିପିଲିପାଲି ଗାଁ ମଝାମଝି ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଶାନ୍ତ ନାଏକ। ତାଙ୍କ ଘର ଜିଲ୍ଲାର ମହଦା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ। ସେ ତିନି ଦିନ ହେଲା ନିଖୋଜ ଥିଲେ।
ଗତ ୧୦ ତାରିଖରେ ସୁଶାନ୍ତ ପିପିଲିପାଲି ଗାଁକୁ ବରଯାତ୍ରୀରେ ଆସିଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ସୁଶାନ୍ତଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇ ନ ଥିଲେ। ତା’ପରେ ସେମାନେ ଏନେଇ ବୀରମହାରାଜପୁର ଥାନାରେ ଏତଲା ଦେଇଥିଲେ।
ଆଜି ପିପିଲିପାଲିରେ ଉକ୍ତ କୂଅରେ ସୁଶାନ୍ତଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ପୁଲିସ୍କୁ ଖବର ଦିଆଯାଇଥିଲା।
ସୁଶାନ୍ତଙ୍କୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
from Odisha Reporter https://ift.tt/2VUKUx2
No comments:
Post a Comment