ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ଫିଲ୍ମ ‘ଦି ତାଶକେଣ୍ଟ୍ ଫାଇଲ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ଫିଲ୍ମ ‘ଦି ତାଶକେଣ୍ଟ୍ ଫାଇଲ୍’

ମୁମ୍ବାଇ: ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍‌ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଥିବା ବାୟୋପିକ୍‌ ଏପ୍ରିଲ୍ ୫ରେ ରିଲିଜ୍ ହେବାକୁ ଯାଉଛି। ତେବେ ଆସନ୍ତା ମାସରେ ଆଉ ଏକ ପଲିଟିକାଲ୍‌ ଡ୍ରାମା ସିନେମା ଘରେ ପହଞ୍ଚିବାକୁ ପ୍ରସ୍ତୁତି ଚଲାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଉପରେ ନିର୍ମାଣ ହୋଇଛି ବଲିଉଡ ଫିଲ୍ମ ‘ଦି ତାଶ୍‌କେଣ୍ଟ ଫାଇଲ୍‌’। ତେବେ ଏହାର ଫାଷ୍ଟ ଲୁକ୍‌ ରିଲିଜ ହୋଇଯାଇଛି। ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଫିଲ୍ମ ନିର୍ମାଣ ହେଉଥିବା ଜଣାପଡ଼ିଛି। ଫିଲ୍ମର ମୁଖ୍ୟ ଭୂମିକାରେ ମିଥୁନ ଚକ୍ରବର୍ତ୍ତୀ ଓ ନସିରୁଦ୍ଦିନ ଶାହାଙ୍କୁ ଦେଖିବାକୁ ମିଳିବ। ସେହିପରି ଶ୍ୱେତା ବସୁ, ପଙ୍କଜ ତ୍ରିପାଠୀ, ବିନୟ ପାଠକ, ମନ୍ଦିରା ବେଦୀ, ପଲ୍ଲବୀ ଜୋଶୀ, ଅଙ୍କୁର ରାଠି ଏବଂ ପ୍ରକାଶ ବେଲୱାଡ଼ି ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ। ଆସନ୍ତା ମାସ ଅର୍ଥାତ ଏପ୍ରିଲ୍ ୧୨ ତାରିଖରେ ‘ଦି ତାସ୍‌କେଣ୍ଟ୍ ଫାଇଲ୍’ ପରଦାକୁ ଆସିବ।

୧୯୬୬ ଜାନୁଆରୀ ୧୦ରେ ଉଜ୍ଜବେକିସ୍ତାନ୍‌ର ତାଶକେଣ୍ଟ ସହରରେ ଭାରତ ଓ ପାକିସ୍ତାନ୍‌ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲା। ଏହି ବୁଝାମଣାର ଗୋଟେ ଦିନ ପରେ ଅର୍ଥାତ୍‌ ୧୧ ଜାନୁଆରୀରେ ଶାସ୍ତ୍ରୀଙ୍କର ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହୋଇଥିଲା। ଫିଲ୍ମ ନିର୍ମାତା ଓ ଫିଲ୍ମର ଟିମ୍‌ ୩ ବର୍ଷ ହେବ ଏହି ଘଟଣା ଉପରେ ରିସର୍ଚ୍ଚ କରୁଛନ୍ତି ଓ ସାରା ଦୁନିଆରୁ ସମ୍ପୃକ୍ତ ଘଟଣା ସହ ଜଡ଼ିତ ତଥ୍ୟ ସଂଗ୍ରହ କରୁଛନ୍ତି। କାରଣ ସରକାରଙ୍କ ପାଖରେ ଶାସ୍ତ୍ରୀଙ୍କ ମୃତ୍ୟୁ ସହ ଜଡ଼ିତ କୌଣସି ଚୁକ୍ତିପତ୍ର ନାହିଁ।

ଗତବର୍ଷ ଫିଲ୍ମର ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଫିଲ୍ମର ଟିମ୍‌ ଦର୍ଶକଙ୍କଠୁ ଶାସ୍ତ୍ରୀଙ୍କ ମୃତ୍ୟୁ ସହ ଜଡ଼ିତ ତଥ୍ୟ ମାଗିଥିଲେ। ଏଥିରେ ଲେଖାଥିଲା, ‘ଶାସ୍ତ୍ରୀଙ୍କ ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି। ଯଦି ଆପଣଙ୍କ ପାଖରେ ସମ୍ପୃକ୍ତ ଘଟଣାର କୋଣସି ତଥ୍ୟ ଅଛି ତେବେ ଆମ ସହ ଶେୟାର କରନ୍ତୁ।’



from Odisha Reporter https://ift.tt/2JmhgPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages