“ହୋଲି ମୁବାରକ୍‌” କହିଲେ ଇମ୍ରାନ୍‌, ଜବାବ୍‌ରେ ମିଳିଲା ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

“ହୋଲି ମୁବାରକ୍‌” କହିଲେ ଇମ୍ରାନ୍‌, ଜବାବ୍‌ରେ ମିଳିଲା ଏମିତି କଥା

ମୁମ୍ବାଇ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହିନ୍ଦୁ ସମୁଦାୟଙ୍କୁ “ହୋଲି ମୁବାରକ୍‌” ବା ହୋଲିର ଅଭିନନ୍ଦନ ଜଣାଇଛନ୍ତି। ସେ ଆଜି ଟ୍ୱିଟ୍‌ କରି ହୋଲିର ଶୁଭକାମନା ଜଣାଇଛନ୍ତି। ଏହା ଶହ ସେ ସମସ୍ତଙ୍କୁ ଖୁସି ଏବଂ ଶାନ୍ତିପୂର୍ଣ୍ଣ ହୋଲିର ଶୁଭକାମନା ମଧ୍ୟ କହିଛନ୍ତି। କିନ୍ତୁ ଏହାକୁ ନେଇ ବଲିଉଡ୍‌ରୁ ତାଙ୍କୁ କଡ଼ା ଜବାବ୍‌ ମିଳିଛି।
“ଦି ଆକ୍ସିଡେନ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌”ର ସହ-ନିର୍ଦ୍ଦେଶକ ଅଶୋକ ପଣ୍ଡିତ ଇମ୍ରାନ୍‌ଙ୍କ ଏହି ଟ୍ୱିଟ୍‌ର କଡ଼ା ଜବାବ୍‌ ଦେଇଛନ୍ତି। ପାକିସ୍ତାନ୍‌ ରକ୍ତର ହୋଲି ଖେଳିବା ବନ୍ଦ କରୁ ବୋଲ ଅଶୋକ ତାଙ୍କୁ ଟ୍ୱିଟ୍‌ କରି ଲେଖିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ସକାଳେ ହୋଲି ଅବସରରେ ଅଭିନନ୍ଦନ ଜଣାଇ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ ଯେ, “ଆମର ହିନ୍ଦୁ ସମୁଦାୟକୁ ରଙ୍ଗର ପର୍ବ ହୋଲିର ଅନେକ ଶୁଭକାମନା”। ହୋଲି ପର୍ବ ସମସ୍ତଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣି ଦେଉ  ।

ଏହିଭଳି ଭାବରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହିନ୍ଦୁ ସମୁଦାୟକୁ ହୋଲିର ଶୁଭକାମନା ଜଣାଇଛନ୍ତି। ଏହି ଟ୍ୱିଟ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆଉ ଏଥିରେ ବଲିଉଡ୍‌ର ପ୍ରଡ୍ୟୁସର୍‌ ଏହିପରି ଭାବରେ ତାଙ୍କ ରିଆକ୍ସନ୍‌ ଦେଇଛନ୍ତି।

ସେ ଲେଖିଛନ୍ତି ଯେ, “ପ୍ରଥମେ ଆମ ସୈନିକମାନଙ୍କର ରକ୍ତରେ ହୋଲି ଖେଳିବା ବନ୍ଦ କରନ୍ତୁ। ଏହା ପରେ ଅଭିନନ୍ଦନ ଦେବେ”। ପୁଲ୍‌ୱାମା ଆକ୍ରମଣକୁ ନେଇ  ଇମ୍ରାନ୍‌ଙ୍କ ଉପରେ ଅଶୋକ୍‌ ତାଙ୍କର ପୂରା ରାଗ ଦେଖାଇଛନ୍ତି। ଅଶୋକ୍‌ ପ୍ରାୟ ସବୁ ସମୟରେ ସୋଶାଲ୍‌ ମିଡିଆରେ ସକ୍ରିୟ ରୁହନ୍ତି। ଆଉ ସେ ଏହି ଟ୍ୱିଟ୍‌ରେ ଖୋଲାଖୋଲି ତାଙ୍କ ରାୟ ଦେଇଛନ୍ତି।



from Odisha Reporter https://ift.tt/2FoiYMF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages