୨୦୦୦ଟଙ୍କା ପାଇଁ ଟ୍ରେନ୍‌ ଟ୍ରାକ୍‌କୁ ଡେଇଁଲେ ଯୁବତୀ, ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

୨୦୦୦ଟଙ୍କା ପାଇଁ ଟ୍ରେନ୍‌ ଟ୍ରାକ୍‌କୁ ଡେଇଁଲେ ଯୁବତୀ, ତା’ ପରେ…

ଗୁଜୁରାଟ:  ଆମେ ଧରିଥିବା ଟଙ୍କା ହାତରୁ ଖସି ପଡିଲେ ତାକୁ ଆଣିବାକୁ ତତ୍ପରତା ଦେଖାଇଥାଉ। ହେଲେ ଯଦି ହାତରୁ ଖସିଥିବା ଟଙ୍କା ରେଳ ଧାରଣରେ ପଡିବ, ତେବେ ଆପଣ କ’ଣ କରିବେ ?  କିଛି ନ ଭାବି କ’ଣ ରେଳ ଧାରଣାକୁ ଡେଇଁ ପଡିବେ ? ଏମିତି ଏକ ଘଟଣା ଘଟିଯାଇଛି ଗୁଜୁରାଟରେ। ହେଲେ ଭାଗ୍ୟବଶତଃ ଟ୍ରାକ୍‌କୁ ଡେଇଁ ପଡିଥିବା ଯୁବତୀଙ୍କ ଉପର ଦେଇ ଟ୍ରେନ୍‌ଟି ଚାଲି ଯାଇଥିଲେ ମଧ୍ୟ ସେ ବଞ୍ଚି ଯାଇଛନ୍ତି।

ଦୁଇ ହଜାର ଟଙ୍କିଆ ନୋଟ୍ ଉଠାଇବା ପାଇଁ ଜଣେ ୨୬ ବର୍ଷୀୟା ଯୁବତୀ ମେଟ୍ରୋ ଷ୍ଟେସନ ରେଳ ଧାରଣା ଉପରକୁ ଡେଇଁପଡିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି।

ଗତ ମଙ୍ଗଳବାର ସକାଳେ ଗୁଜରାଟର ଦ୍ୱାରକା ମୋଡ ମେଟ୍ରୋ ଷ୍ଟେସନ ଗହଳି ଥିଲା। ହେଲେ ଅଚାନକ କେହି କିଛି ବୁଝିବା ପୂର୍ବରୁ ଜଣେ ଯୁବତୀ ରେଳ ଧାରଣା ଉପରକୁ ଡିଆଁ ମାରିଥିଲେ। ଉକ୍ତ ସମୟରେ ଏକ ଟ୍ରେନ୍‌ ସେହି ଟ୍ରାକ୍‌ ଉପରେ କ୍ଷିପ୍ର ବେଗରେ ଗତି କଲା।

ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଚେତନା ଶର୍ମା ନାମ୍ନୀ ଜଣେ ଯାତ୍ରୀଙ୍କର ୨୦୦୦ ହଜାର ଟଙ୍କିଆ ନୋଟ୍ ଟ୍ରାକ୍‌ରେ ପଡିଯାଇଥିଲା। ସେ ସେହି ଟଙ୍କାକୁ ଉଠାଇବା ପାଇଁ ଡେଇଁ ପଡିଥିଲେ। ମେଟ୍ରୋ ଟ୍ରେନ୍ ମାଡ଼ି ଆସୁଥିବା ଦେଖି ସେ ଜୀବନ ବଞ୍ଚାଇବା ଲାଗି ଦୁଇ ଟ୍ରାକ୍ ମଝିରେ ଶୋଇ ପଡ଼ିଥିଲେ।ଏହାପରେ ଟ୍ରେନ୍‌ଟି ତାଙ୍କ ଉପରେ ଅତିକ୍ରମ କରିଯାଇଥିଲା।

ଏହାଦେଖି ଲୋକମାନେ ଚିତ୍କାର କରିବାରେ ଲାଗିଲେ। ଲୋକଙ୍କ ଚିତ୍କାର ଶୁଣିବା ପରେ ଡ୍ରାଇଭର କିଛି ଆଗକୁ ଯାଇ ଟ୍ରେନ୍ ଅଟକାଇଥିଲେ। ସିଆଇଏସଏଫ୍ ସିଫ୍ଟ ଇନ୍-ଚାର୍ଜ ଏବଂ ଷ୍ଟେସନ୍ କଣ୍ଟ୍ରୋଲର୍ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

ସେଠାରୁ ଯୁବତୀଙ୍କୁ ଉଦ୍ଧାର ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଯୁବତୀଙ୍କ ଭାଇ ସେଠାରେ ପହଞ୍ଚିଥିଲେ। ଏହାପରେ ଲିଖିତ କ୍ଷମାପ୍ରାର୍ଥନା ଦେବା ପରେ ଯୁବତୀଙ୍କୁ ତାଙ୍କ ଭାଇଙ୍କ ସାଥିରେ ଯିବାକୁ ଅନୁମତି ମିଳିଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।



from Odisha Reporter https://ift.tt/2CjMb9P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages