କଂଗ୍ରେସରେ ଯୋଗଦେଲେ ଅର୍ଶୀ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

କଂଗ୍ରେସରେ ଯୋଗଦେଲେ ଅର୍ଶୀ ଖାନ୍‌

ମୁମ୍ବାଇ: ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏଥିପାଇଁ ଏବେଠୁ ସେଲିବ୍ରିଟିମାନେ ବିଭିନ୍ନ ଦଳରେ ଯୋଗଦେଇ ଚର୍ଚ୍ଚା ସାଉଁଟୁଛନ୍ତି। ଯେଉଁଥିରୁ ବାଦ୍‌ ପଡିନାହାନ୍ତି ବିଗ୍‌ ବସ୍‌-୧୧ ଫେମ୍‌ ଅର୍ଶୀ ଖାନ୍‌। ବିଗ ବସ୍‌-୧୧ର ବିଜୟୀ ଶିଳ୍ପା ସିନ୍ଧେଙ୍କ ପରେ ଏବେ ଅର୍ଶୀ ଖାନ ମଧ୍ୟ ରାଜନୀତିରେ ପାଦ ଥାପିଛନ୍ତି। ସେ ମହାରାଷ୍ଟ୍ରରେ କଂଗ୍ରେସର ଉପାଧ୍ୟକ୍ଷ ଭାବେ ପଲିଟିକାଲ ଇନିଙ୍ଗସ ଆରମ୍ଭ କରିଛନ୍ତି। ଗତକାଲି ସେ କଂଗ୍ରେସରେ ଯୋଗ ଦେଇଥିବାର ଖବର ମିଳିଛି।

କଂଗ୍ରେସରେ ଯୋଗ ଦେବା ପରେ ଅର୍ଶୀ କହିଛନ୍ତି, ସେ ଦେଶ ପାଇଁ କାମ କରିବେ ଏବଂ ଦେଶର ଉନ୍ନତିରେ ତାଙ୍କର ସମ୍ପୂର୍ଣ୍ଣ ଭୂମିକା ରହିବ। ଏଥିସହ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ କଥା କହି ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଅର୍ଶୀ ଖାନଙ୍କୁ ବିବାଦୀୟ କୁଇନ୍‌ କୁହାଯାଏ। ସେ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦୀଙ୍କୁ ପ୍ରେମ କରୁଥିଲେ। ମଝିରେ ସେ ସାହିଦ ଆଫ୍ରିଦଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି କହି ମଧ୍ୟ ଚର୍ଚ୍ଚାରେ ଥିଲେ।



from Odisha Reporter https://ift.tt/2IKyMgC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages