
ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେଟ୍ ପ୍ରାକ୍ଟିସ ବେଳେ ଆହତ ହୋଇଛନ୍ତି। ସେ ଟିମର ସହଯୋଗୀ ଷ୍ଟାଫ୍ ରାଘବେନ୍ଦ୍ରଙ୍କ ଠାରୁ ଥ୍ରୋଡାଉନ୍ ନେଉଥିବା ବେଳେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। କାନ୍ଧରେ ଯନ୍ତ୍ରଣା ଅନୁଭୂତ ହେଉଥିବାରୁ ସେ ବ୍ୟାଟିଂ ପ୍ରାକ୍ଟିସ କରିପାରି ନଥିଲେ। ତେବେ ଧୋନିଙ୍କ ଏହି ଆଘାତ କେତେ ଗୁରୁତର ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ଯଦି ଧୋନିଙ୍କ ଆଘାତ ଗୁରୁତର ହୋଇଥାଏ, ତାହେଲେ ସେ ଆସନ୍ତାକାଲିର ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବେ। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଟିମ୍ ମ୍ୟାନେଜମେଣ୍ଟ ନେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2TtN75i
No comments:
Post a Comment