ମାର୍ଚ୍ଚ ୧୪ରେ ସମଝୌତା ଟ୍ରେନ୍‌ ବିସ୍ଫୋରଣ ମାମଲାର ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ମାର୍ଚ୍ଚ ୧୪ରେ ସମଝୌତା ଟ୍ରେନ୍‌ ବିସ୍ଫୋରଣ ମାମଲାର ରାୟ

ପଞ୍ଚକୁଲା: ବହୁ ଚର୍ଚ୍ଚିତ ୨୦୦୭ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ଘଟଣାରେ ରାୟ ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ। ଏଠାରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ଆଜି ଏହି ମାମଲାରେ ରାୟ ଦେଇଥାଆନ୍ତେ। ହେଲେ ଜଣେ ପାକିସ୍ତାନୀ ମହିଳା ଘଟଣାରେ ହସ୍ତକ୍ଷେପ କରିବା ସହ ବିସ୍ଫୋରଣ ସମ୍ପର୍କରେ ତାଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ବୋଲି ଦାବି କରି କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଏହାକୁ ତର୍ଜମା କରି ମାର୍ଚ୍ଚ ୧୪ରେ ରାୟ ଦେବେ ବୋଲି କହିଛନ୍ତି।

ରାହିଲା ଏଲ୍‌ ଭାକେଲ ନାମକ ଜଣେ ମହିଳାଙ୍କ ଓକିଲ ଏନ୍‌ଆଇଏ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ଏହି ଆବେଦନ ପରେ ଏନ୍‌ଆଇଏ କୋର୍ଟର ବିଚାରପତି ଜଗଦୀଶ ସିଂହ ମାମଲାର ଶୁଣାଣି ୧୪ରେ ହେବ ବୋଲି କହିଛନ୍ତି।

ଏହି ବିସ୍ଫୋରଣ ଘଟଣାର ଚୂଡ଼ାନ୍ତ ଶୁଣାଣି ମାର୍ଚ୍ଚ ୬ରେ ଶେଷ ହୋଇଥିଲା। ୨୦୦୭ ଫେବୃଆରୀ ୧୮ ମଧ୍ୟରାତ୍ରରେ ପାନିପଥ ଠାରେ ସମଝୌତା ଏକ୍ସପ୍ରେସର ଦୁଇଟି ବଗିରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୫୦ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନ ନାଗରିକ ରହିଥିଲେ।



from Odisha Reporter https://ift.tt/2HaLaEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages