ଇମ୍ରାନ ଖାନଙ୍କ ମାମଲା: ବିଚାରପତି ଓହରିଗଲେ,ହୋଇପାରିଲାନି ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଇମ୍ରାନ ଖାନଙ୍କ ମାମଲା: ବିଚାରପତି ଓହରିଗଲେ,ହୋଇପାରିଲାନି ଶୁଣାଣି

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦକୁ ସଠିକ ତଥ୍ୟ ଦେଇନଥିବା ଅଭିଯୋଗର ଶୁଣାଣିରୁ ୨ ଜଣିଆ ଖଣ୍ଡପୀଠର ଜଣେ ବିଚାରପତି ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ବିଚାରପତି ସାହିଦ ୱାହିଦ ଓହରିଯାଇଛନ୍ତି। ତେବେ ଦାୟର ହୋଇଥିବା ମାମଲାର ଶୁଣାଣି ଅସମ୍ପୂର୍ଣ୍ଣ ଥିବା ବେଳେ ବିଚାରପତି ୱାହିଦ ଓହରିଯାଇଛନ୍ତି ।
 
ଏବେ ମାମଲାର ବିଚାର ପାଇଁ ଲାହୋର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏ ବାବଦରେ ଅବଗତ କରାଯାଇଛି। ଅନ୍ୟତମ ବିଚାରପତି ରସିଦ ଶେଖ ଆବେଦନକାରୀ ଅବଦୁଲ ୱାହାବ ଏବଂ ମୁଦାଶିରଙ୍କ ଅଭିଯୋଗର ଅଧା ଶୁଣାଣି କରିଛନ୍ତି।
 
ଆବେଦନକାରୀ ଦର୍ଶାଇଛନ୍ତି ଯେ ‘ତଥାକଥିତ ସ୍ତ୍ରୀ’ଙ୍କ ଗର୍ଭରୁ ଜନ୍ମିତ ଝିଅ ସମ୍ପର୍କରେ ଇମ୍ରାନ ଖାନ ତାଙ୍କ ୨୦୧୮ ନାମାଙ୍କନ ପତ୍ରରେ ଉଲ୍ଲେଖ କରିନାହାନ୍ତି। ପାକ୍ ସମ୍ବିଧାନର ୬୨ ଓ ୬୩ ଅନୁଯାୟୀ ପାକ୍ ସଂସଦର ସଦସ୍ୟ ହେବା ପୂର୍ବରୁ ଜଣେ ବ୍ୟକ୍ତି ସ୍ୱଚ୍ଛ ଏବଂ ସଚ୍ଚୋଟ ହେବା ନିହାତି ଦରକାର। ଯାହାକୁ ଇମ୍ରାନ ଖାନ ଉଲ୍ଲଂଘନ କରିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।
 
ଶୁଣାଣି ବେଳେ ଇମ୍ରାନ ଖାନଙ୍କ ଓକିଲ କହିଥିଲେ, ଆବେଦନକାରୀ ଇମ୍ରାନ ଖାନଙ୍କ ନିର୍ବାଚନ ମଣ୍ଡଳୀରୁ ନୁହନ୍ତି ତେଣୁ ମାମଲା ଖାରଜ କରାଯାଉ। କିନ୍ତୁ ବିଚାରପତି ଏହାକୁ ଗ୍ରହଣ ନ କରି କହିଥିଲେ ଯେ ଏଥିରେ କୌଣସି ଅସୁବିଧା ନାହିଁ କାରଣ ଦେଶର କେହି ବି ନାଗରିକ ମାମଲା ଦାୟର କରିପାରିବ।
 
ତେବେ ଚଳିତବର୍ଷ ଜାନୁଆରୀ ୨୧ରେ ଇସଲାମାବାଦ ହାଇକୋର୍ଟରେ ମଧ୍ୟ ଇମ୍ରାନ ଖାନଙ୍କ ନାଁରେ ସମାନ ଅଭିଯୋଗ ଆସିଥିଲା। ଯେଉଁଥିରେ ଇମ୍ରାନ ବ୍ୟକ୍ତିଗତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା। 


from Odisha Reporter https://ift.tt/2SUeQYk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages