୧୬ ଭାଷାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟାଟୁ; ଟ୍ରୋଲ୍ କଲେ ଫ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

୧୬ ଭାଷାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟାଟୁ; ଟ୍ରୋଲ୍ କଲେ ଫ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ କଟୁ ସମାଲୋଚନାର ଶିକାର ହୋଇଥିବା ହାର୍ଦ୍ଦିକ ଏଥର ଆଉ ଏକ ଘଟଣା ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

କିଛିଦିନ ତଳେ ପାଣ୍ଡ୍ୟା ସୋଶାଲ ମିଡିଆରେ ଏକ ଟାଟୁ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ତେବେ ସେ ଏମିତି କ’ଣ ଟାଟୁ କଲେ ଯେ, ସମସ୍ତେ ଅବାକ୍ ହୋଇଗଲେ?

ଏହି କ୍ରିକେଟର୍ ଜଣକ ନିଜ ହାତରେ ୧୬ଟି ଭାଷାରେ ନିଜ ନାମ ଲେଖାଥିବା ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ନେଇ ସୋଶାଲ ମିଡିଆରେ ତାଙ୍କୁ ଫ୍ୟାନମାନେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ କିଛି ଫ୍ୟାନ୍ ମଧ୍ୟ ହାର୍ଦ୍ଦିକଙ୍କ ଏହି ଟାଟୁକୁ ପ୍ରଶଂସା କରିଛନ୍ତି।

ଏହି ୧୬ଟି ଭାଷା ମଧ୍ୟରୁ ପାଣ୍ଡ୍ୟା ‘ଓଡ଼ିଆ’ରେ ମଧ୍ୟ ନିଜ ନାମ ଲେଖିଛନ୍ତି। ତେବେ ହାର୍ଦ୍ଦିକଙ୍କ ପାଇଁ ଟାଟୁ କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୧୬ ଟି-୨୦ ବିଶ୍ୱକପ୍ ବାଂଲାଦେଶ ବିପକ୍ଷ ଶେଷ ବଲ୍ ବିଜୟ ପରେ ହାର୍ଦ୍ଦିକ ତାଙ୍କ ‘ନେଭର୍ ଗିଭ୍ଅପ୍’ ଟାଟୁ ପାଇଁ ଚର୍ଚ୍ଚାକୁ ଆସିଥିଲେ।



from Odisha Reporter https://ift.tt/2EuKdUj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages