ଟେଷ୍ଟରେ ବିରାଟଙ୍କ ଶୀର୍ଷ ସ୍ଥାନ ବିପଦରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଟେଷ୍ଟରେ ବିରାଟଙ୍କ ଶୀର୍ଷ ସ୍ଥାନ ବିପଦରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରେ ଶୀର୍ଷ ସ୍ଥାନ ଏବେ ବିପଦରେ ପଡ଼ିଛି, କାରଣ ନ୍ୟୁଜିଲ୍ୟାଣ୍ଡ୍ ଅଧିନାୟକ କେନ୍ ୱିଲିୟମସନ୍ ବର୍ତ୍ତମାନ ତାଙ୍କ ନିକଟରେ ପହଞ୍ଚି ଯାଇଛନ୍ତି। ୱିଲିୟମସନ୍ ଯଦି ବାଂଲାଦେଶ ବିପକ୍ଷ ବାକି ଦୁଇଟି ଟେଷ୍ଟରେ ଭଲ ପ୍ରଦର୍ଶନ ଜାରି ରଖନ୍ତି, ତାହେଲେ ସେ ବିରାଟଙ୍କୁ ଶୀର୍ଷ ସ୍ଥାନରୁ ହଟାଇ ଦେବେ।

ୱିଲିୟମସନ୍ ବାଂଲାଦେଶ ବିପକ୍ଷ ହାମିଲଟନ୍ ଟେଷ୍ଟର ପ୍ରଥମ ଇନିଂସରେ ଆକର୍ଷଣୀୟ ଦ୍ୱିଶତକ ମାରିଥିଲେ, ଯେଉଁଥିରେ ତାଙ୍କୁ ୧୮ ରେଟିଂ ପଏଣ୍ଟର ଫାଇଦା ମିଳିଛି। ୱିଲିୟମସନଙ୍କର ବର୍ତ୍ତମାନ ୯୧୫ ପଏଣ୍ଟ ରହିଥିବା ବେଳେ ସେ ବିରାଟ (୯୨୨ ପଏଣ୍ଟ)ଙ୍କ ଠାରୁ ମାତ୍ର ୭ ପଏଣ୍ଟ ପଛରେ ଅଛନ୍ତି। ୱିଲିୟମସନଙ୍କୁ ବାଂଲା ବିପକ୍ଷରେ ଆହୁରି ଦୁଇଟି ଟେଷ୍ଟ ଖେଳିବାକୁ ଅଛି ଏବଂ ତାଙ୍କ ପାଖରେ ବିରାଟଙ୍କୁ ଟପିବାର ଭଲ ସୁଯୋଗ ରହିଛି।

ଅନ୍ୟପକ୍ଷରେ ପାଖାପାଖି ୫ମାସ ପର୍ଯ୍ୟନ୍ତ ବିରାଟଙ୍କୁ କୌଣସି ଟେଷ୍ଟ ମ୍ୟାଚ୍ ଖେଳିବାର ନାହିଁ। ଟେଷ୍ଟ ବ୍ୟତୀତ ଦିନିକିଆରେ ମଧ୍ୟ କୋହଲି ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇ ରହିଛନ୍ତି। ୱିଲିୟମସନ୍ ନିଜ କ୍ୟାରିୟରର ସର୍ବୋଚ୍ଚ ରେଟିଂ ପଏଣ୍ଟ ହାସଲ କରିଛନ୍ତି, ଯାହା ନ୍ୟୁଜିଲ୍ୟାଣ୍ଡର କୌଣସି କ୍ରିକେଟରଙ୍କ ପାଇଁ ସର୍ବୋଚ୍ଚ ରେଟିଂ। ତାଙ୍କ ପୂର୍ବରୁ ରିଚାର୍ଡ ହ୍ୟାଡଲୀ (୯୦୯ ପଏଣ୍ଟ) ହିଁ ବୋଲିଂରେ ୯୦୦ ଅଙ୍କ ଛୁଇଁପାରିଥିଲେ।

କୋହଲି ଓ ୱିଲିୟମସନଙ୍କ ପରେ ଭାରତର ରନ୍ ମେଶିନ୍ ଚେତେଶ୍ୱର ପୂଜାରା (୮୮୧ ପଏଣ୍ଟ) ପୂର୍ବଭଳି ତୃତୀୟ ସ୍ଥାନରେ ଅଛନ୍ତି। ଅଜିଙ୍କ୍ୟ ରାହାଣେ (୨୦ତମ ସ୍ଥାନ) ମଧ୍ୟ ଶୀର୍ଷ-୨୦ରେ ସାମିଲ୍ ହୋଇଛନ୍ତି। ଏହିପରି ଭାବେ ଭାରତର ଚାରିଜଣ ବ୍ୟାଟ୍ସମ୍ୟାନ୍ ଶୀର୍ଷ-୨୦ରେ ପହଞ୍ଚିଛନ୍ତି। ରିଷଭ ପନ୍ତ ୧୪ତମ ସ୍ଥାନରେ ରହିଛନ୍ତି।



from Odisha Reporter https://ift.tt/2EuSkjK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages