ପୁଲୱାମା ଓ ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ନେତା ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ, ପ୍ରଧାନମନ୍ତ୍ରୀ ଦେଲେ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ପୁଲୱାମା ଓ ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ନେତା ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ, ପ୍ରଧାନମନ୍ତ୍ରୀ ଦେଲେ ଜବାବ

ନୂଆଦିଲ୍ଲୀ: ସବୁ ପ୍ରମାଣ ସତ୍ତ୍ଵେ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ପୁଣି ସରକାର ବିରୋଧରେ ବିଷ ଓଗାଳିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା। କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭାରତର ଛବିକୁ ଖରାପ କରିଛି। ଏମିତିକି ଏୟାର ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ମୃତ୍ୟୁ ବରଣ କରିନଥିବା ଆମେରିକା ମିଡିଆ ଦର୍ଶାଇଥିବା ସେ କହିଛନ୍ତି।

ସାମ ପିଟ୍ରୋଡ଼ା କହିଛନ୍ତି ଯଦି ୩ ଶହ ଆତଙ୍କବାଦୀ ନିପାତ ହୋଇଛନ୍ତି ତା ହେଲେ ତା’ର ପ୍ରମାଣ କଣ? ସେ ‘ଡାଟା’ ଉପରେ ବିଶ୍ଵାସ କରନ୍ତି ବୋଲି କହିଛନ୍ତି। ଭାରତୀୟ ବାୟୁସେନା ଯେଉଁ ପ୍ରମାଣ ଦେଉଛି ଏବଂ ସରକାର ଯେଉଁ ଦାବି କରୁଛି ତାକୁ ସେ ଗ୍ରହଣ କରୁନାହାନ୍ତି, ବରଂ ଆମେରିକାରେ ପ୍ରକାଶ ପାଇଥିବା ଖବରକୁ ସେ ବିଶ୍ବାସ କରୁଛନ୍ତି ବୋଲି କଂଗ୍ରେସର ଏହି ନେତା କହିଛନ୍ତି।

ତେବେ ସବୁଠୁ ବଡ଼ କଥା ହେଲା ସେ ପୁଲୱାମା ଆତଙ୍କବାଦ ପ୍ରସଙ୍ଗରେ ବିଶେଷ କିଛି ଜାଣି ନାହାନ୍ତି ଏବଂ ବେଳେବେଳେ ଏମିତି ଆତଙ୍କବାଦୀ ଆକ୍ରମଣ ହୁଏ। ଆଗରୁ ମୁମ୍ବାଇ ତାଜ ହୋଟେଲରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ବୋଲି କହି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗକୁ ହାଲକା ଭାବେ ନେଇଛନ୍ତି। ଯଦି ଆତଙ୍କବାଦୀ ଘର ଭିତରେ ପଶି ଆକ୍ରମଣ କରିଛନ୍ତି ତାହେଲେ ଏଥିପାଇଁ ସରକାର ନିନ୍ଦିତ ହେବା କଥା, କିନ୍ତୁ ଏହାର ଜବାବ ଦେବାକୁ ଯାଇ ପଡ଼ୋଶୀ ଦେଶରେ ପଶି ଆକ୍ରମଣ କରିବା ଠିକ ନୁହେଁ ବୋଲି କହିଛନ୍ତି ସାମ ପିଟ୍ରୋଡ଼ା।
ପିଟ୍ରୋଡ଼ାଙ୍କ ଏହି ପ୍ରତିକ୍ରିୟାର ଜବାବ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଇଛନ୍ତି। ୧୩୦ କୋଟି ଦେଶବାସୀ ଜାଣିଛନ୍ତି ସତ କଣ? ସେନା ଉପରେ କଂଗ୍ରେସର ଏପରି ଆଚରଣ ଓ ଉଚ୍ଚାରଣ ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହା ନୂଆ ଇଣ୍ଡିଆ ଆତଙ୍କବାଦୀଙ୍କୁ ତାଙ୍କ ଭାଷାରେ ଜବାବ ଦେବା ପାଇଁ ଆମେ ସକ୍ଷମ ବୋଲି ସେ କହିଛନ୍ତି।


ଗତକାଲି ମଧ୍ୟ ପୁଣି ସମାଜବାଦୀ ପାର୍ଟି(ସପା) ନେତା ରାମଗୋପାଲ ଯାଦବ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ କହିଥିଲେ, “ଭୋଟ୍ ପାଇଁ ସରକାର ଯବାନଙ୍କୁ ବଳି ଚଢ଼ାଇଛନ୍ତି। ଏହା ନିଶ୍ଚିତ ଦୁଃଖର ବିଷୟ। ଜମ୍ମୁ-କଶ୍ମୀର ଜାତୀୟ ରାଜପଥରେ ଚେକିଂ ହେଉ ନଥିଲା। ସରକାର ଜାଣିଶୁଣି ସାଧାରଣ ବସ୍ରେ ଯବାନମାନଙ୍କୁ ପଠାଇ ଦେଲେ। ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିଲା। ମୁଁ କହିବାକୁ ଚାହୁଁଛି ଯେ ସରକାର ବଦଳିଲେ ଘଟଣାର ତଦନ୍ତ ହେବ। ଏହି ଘଟଣାରେ ବହୁ ବଡ଼ବଡ଼ ଲୋକ ସାମିଲ ଅଛନ୍ତି।”

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ଚୀନ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ର ପାକିସ୍ତାନକୁ ନିନ୍ଦା କରିଛନ୍ତି। ଫେବୃଆରୀ ୨୬ରେ ଭୋର ସମୟରେ ଭାରତୀୟ ବାୟୁସେନା ଦ୍ବାରା ହୋଇଥିବା ଆକ୍ରମଣ ବାବଦରେ ପାକିସ୍ତାନ ସେନା ଅଧିକାରୀ ପ୍ରଥମେ ଟୁଇଟ କରି ପ୍ରତିକ୍ରିୟା ପ୍ରକାଶ କରିଥଲେ। ଏହାପରେ ଭାରତ ଏୟାର ଷ୍ଟ୍ରାଇକ କରିଥିବା ନେଇ ସ୍ପଷ୍ଚ କରିଥିଲା। ଏହାପରେ ବାଲାକୋଟ ଆକ୍ରମଣରୁ ରାଜନୈତିକ ଫାଇଦା ପାଇଁ ସେନାକୁ ବ୍ୟବହାର କରାଯାଉଥିବା କଂଗ୍ରେସ ଅଭିଯୋଗ କରିଥିଲା ଏବଂ ପ୍ରମାଣ ମାଗିଥିଲା। ଶେଷରେ ଏୟାରଫୋର୍ସ ଅଧିକାରୀ ପ୍ରେସ କନଫରେନସ କରି ଏୟାର ଷ୍ଟ୍ରାଇକର ପ୍ରମାଣ ଦେଇଥିଲେ।

ପିଟ୍ରୋଡାଙ୍କ ଏଭଳି ମନ୍ତବ୍ୟ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କଂଗ୍ରେସ ମଧ୍ୟ ଏହାକୁ ନେଇ ହରଡ଼ଘଣାରେ ପଡ଼ିଛି।



from Odisha Reporter https://ift.tt/2HGbebt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages