୨କୋଟି ୨୩ ଲକ୍ଷ ଟଙ୍କା ଜବତ, ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

୨କୋଟି ୨୩ ଲକ୍ଷ ଟଙ୍କା ଜବତ, ୩ ଗିରଫ

note

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍‌ରୁ ରେଳବାଇ ପୁଲିସ୍‌ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍‌ ଶ୍ରୀବାସ୍ତବ।

କାହିଁକି ଏହି ତିନି ବ୍ୟକ୍ତି ୨ଟି ବ୍ୟାଗ୍‌ରେ ଏତେ ଟଙ୍କା ଧରି ଟ୍ରେନ୍‌ରେ ଯାଉଥିଲେ, ତା’ର ତଦନ୍ତ କରୁଛି ରାଉରକେଲା ରେଳବାଇ ପୁଲିସ୍‌।

not1ତେବେ ପ୍ରାଥମିକ ସୂଚନା ମୁତାବକ, କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର ଟ୍ରେନରେ ଏକ ଆଟଚିରେ ୩ କୋଟି ୩୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଝାରସୁଗୁଡ଼ାରୁ ରାଉରକେଲା ମଧ୍ୟରେ ତାହା ଚୋରି ହୋଇଯାଇଥିଲା। ଏ ବାବଦରେ ସେ ଝାରସୁଗୁଡ଼ା ଜିଆରପିରେ ଏକ ଏତଲା ଦେଇଥିଲେ। ତେଣୁ ଏ ଦୁଇଟି ଘଟଣାର କିଛି ସଂପର୍କ ରହିଛି ନା ନାହିଁ, ସେ ଦିଗରେ ବି ପୁଲିସ୍ ଖୋଳତାଡ଼ କରୁଛି।



from Odisha Reporter https://ift.tt/2On2lnG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages