ଟ୍ରିବ୍ୟୁନାଲରେ ଖାଲି ପଡ଼ିଥିବା ସ୍ଥାନକୁ ୧୪ ଦିନ ଭିତରେ ପୂରଣ ପାଇଁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଟ୍ରିବ୍ୟୁନାଲରେ ଖାଲି ପଡ଼ିଥିବା ସ୍ଥାନକୁ ୧୪ ଦିନ ଭିତରେ ପୂରଣ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଟ୍ରିବ୍ୟୁନାଲରେ ଖାଲିପଡ଼ିଥିବା ସ୍ଥାନ ଗୁଡ଼ିକୁ ୨ ସପ୍ତାହ ମଧ୍ୟରେ ପୂରଣ କରିବାକୁ କେନ୍ଦ୍ରକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଏନ.ଭି ରାମଣା, ଡି.ୱାଇ ଚନ୍ଦ୍ରଚୁଡ଼, ଦୀପକ ଗୁପ୍ତା, ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ବେଞ୍ଚ କେନ୍ଦ୍ରକୁ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। 
 
ସେଣ୍ଚ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ, ଇଣ୍ଟେଲେକଚୁଆଲ ପ୍ରପର୍ଟି  ଆପେଲେଟ ବୋର୍ଡ, ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲ,ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ଏବଂ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲରେ  ଯେଉଁ ଯେଉଁ ପଦବୀ ଖାଲି ପଡ଼ିଛି, ସେସବୁକୁ ୨ ସପ୍ତାହ ମଧ୍ୟରେ ନିଯୁକ୍ତି ଦେଇ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
 
ଶୁଣାଣିବେଳେ ସିଜେଆଇ କହିଛନ୍ତି ଟ୍ରିବ୍ୟୁନାଲଗୁଡ଼ିକ ସଠିକ ଢଙ୍ଗରେ ଚାଲିବାକୁ ପଡ଼ିବ। ସମସ୍ତ ପ୍ରକ୍ରିୟା ସଠିକ ସମୟରେ ହେବା ସହିତ ନ୍ୟାୟିକ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ କେନ୍ଦ୍ରକୁ କଡ଼ା ଭାଷାରେ ନିର୍ଦ୍ଦେଶ ଦେଇଛନ୍ତି।
 
ଟ୍ରିବ୍ୟୁନାଲ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ପୂର୍ବ ତୁଳନାରେ ୧୦ ବର୍ଷ କମାଇ ଦିଆଯାଇଛି। ଗତବର୍ଷ ଏହି ପଦପଦବୀ ପାଇଁ ୩୦୦ ଜଣ ସାକ୍ଷାତକାର ଦେଇଥିବାବେଳେ ଚଳିତବର୍ଷ ୪୦୦ ଜଣଙ୍କର ସାକ୍ଷାତକାର ଦେଇଥିବା ଜଷ୍ଟିସ ରମଣ ଶୁଣାଣି ବେଳେ କହିଛନ୍ତି। ଏଥସିହ ଟ୍ରିବ୍ୟୁନାଲରେ କେଉଁ ମାମଲା ବିଚାରାଧୀନ ହେବ ଏବଂ କିଭଳି ନିଯୁକ୍ତି ପ୍ରକ୍ରିୟା ହେବା ଦରକାର ସେ ନେଇ ବ୍ରିଟେନର ଉଦାହରଣ ଦେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ଼।


from Odisha Reporter https://ift.tt/2FGKPI3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages