ନିର୍ବାଚନୀ ମଇଦାନରେ ଦୁଇ ପୂର୍ବତନ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ନିର୍ବାଚନୀ ମଇଦାନରେ ଦୁଇ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କରନ ୨୦୧୯ ସାଧାରଣ ନିର୍ବାଚନରେ ସେଣ୍ଟ୍ରାଲ ଚେନ୍ନାଇ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି। ମେ ୨୦୧୮ରେ ତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ‘ଆଣ୍ଟି କରପସନ ଡାଇନାମିକ ପାର୍ଟି’ରୁ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଚାରପତି ଜଷ୍ଟିସ କରନ। ଉଭୟ ସରକାର ଓ ନ୍ୟାୟପାଳିକାରେ ହେଉଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।
 
ସୂଚନାଯୋଗ୍ୟ, ଅଦାଲତ ଅବମାନନା ଅଭିଯୋଗରେ ଦେଶର ପ୍ରଥମ ବିଚାରପତି ଭାବେ ଜଷ୍ଟିସ କରନ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡାଦେଶ ଭୋଗିଛନ୍ତି। ୨୦୧୮ ଜାନୁୟାରୀ ମାସରେ ଜଷ୍ଟିସ କରନ୍ ବିବାଦକୁ ଆସିଥିଲେ। ସେହି ସମୟରେ ଜଷ୍ଟିସ କରନ୍ ସୁପ୍ରିମକୋର୍ଟର ୨୦ ଜଣ ସିଟିଂ ଜଜ୍‌ ଏବଂ ମାଡ୍ରାସ ହାଇକୋର୍ଟର କିଛି ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହା ପରେ ସେ ମାନହାନି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିଲେ।
 
ସେହିପରି ଜଷ୍ଟିନ ହସନେନ ମାସୋଦି ଜମ୍ମୁ କଶ୍ମୀରର ଅନନ୍ତଗଡ଼ ଲୋକସଭା ଆସନରେ ଓମର ଅବଦୁଲ୍ଲାଙ୍କ ଦଳ ନ୍ୟାଶନାଲ କନଫରେନ୍ସରୁ ପ୍ରାର୍ଥୀ ହୋଇଛନ୍ତି। ୬୫ ବର୍ଷୀୟ ପୂର୍ବତନ ବିଚାରପତି ମାସୋଦି ଜମ୍ମୁ କଶ୍ନୀର ହାଇକୋର୍ଟରୁ ଜାନୁଆରୀ ୨୦୧୬ରେ ଅବସର ଗ୍ରହଣ କରିଥିଲେ।


from Odisha Reporter https://ift.tt/2JCEv8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages