ହାତରେ ଗୋଟିଏ ଦିନ, ଜେଲ ଯିବେ କି ଶିଳ୍ପପତି ଅନୀଲ ଅମ୍ବାନୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ହାତରେ ଗୋଟିଏ ଦିନ, ଜେଲ ଯିବେ କି ଶିଳ୍ପପତି ଅନୀଲ ଅମ୍ବାନୀ?

anil

ନୂଆଦିଲ୍ଲୀ: ଏରିକ୍ସନର ବକେୟା ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ୧୯ ତାରିଖରେ ଶେଷ ହେଉଛି। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଯାଏଁ ଅନୀଲ ଅମ୍ବାନୀ ବକେୟା ଟଙ୍କା ପୈଠ କରିପାରିବେ କି ନାହିଁ ସେ ନେଇ ଠୋସ ଖବର ମିଳିପାରି ନାହିଁ। ଯଦି ନ ଦେଇପାରନ୍ତି ତାହେଲେ ତିନି ମାସ ଜେଲ୍ ଯାଇପାରନ୍ତି ଏକଦା ଫୋବାର୍ସ ତାଲିକାର ଶ୍ରେଷ୍ଠ ୧୦ରେ ରହିଥିବା ଏହି ଶିଳ୍ପପତି।

ତେବେ ଚଳିତ ସପ୍ତାହରେ ବିଏସ୍ଏନ୍ଏଲ୍ ରିଲାଏନ୍ସ କମ୍ପାନୀର ବକେୟା ଥିବା ୭୦୦ କୋଟି ଟଙ୍କା ବକେୟା ପାଇଁ ଏନସିଏଲଟି ପାଖରେ ଆବେଦେନ କରିବ। ତେବେ ପୂର୍ବରୁ ବକେୟା ଟଙ୍କା ଦେଇପାରିବ ନାହିଁ ବୋଲି କହିବା ସହ ଦେବାଳିଆ ପାଇଁ ଆବେଦନ କରିଥିଲା କୋର୍ଟରେ।

ପୂର୍ବରୁ ରିଲାଏନ୍ସ କମ୍ପାନୀ ଏନ୍‌ସିଏଏଲଟିକୁ ଆୟକର ରିଫଣ୍ଡ ଫେରାଇବା ପାଇଁ ଆବେଦନ କରିଥିଲା। ହେଲେ ଏହି ନିଷ୍ପତ୍ତି ଏନସିଏଏଲଟି ଅଧିନରେ ଆସୁନଥିବାରୁ ଏସବିଆଇକୁ ୨୫୯କୋଟି ଟଙ୍କା ଫେରାଇ ପାରିବ ନାହିଁ ବୋଲି କହିଥଲା।

ସୂଚନାଯୋଗ୍ୟ, ରିଲାଏନ୍ସ କୁମ୍ୟନିକେସନ୍‌ ମାଲିକ ଅନୀଲ ଆମ୍ବାନୀଙ୍କ କମ୍ପାନୀର ନେଟଓ୍ଵାର୍କ ଦାୟିତ୍ବ ଏରିକ୍ସନ ହାତରେ ଥିଲା। ମୋବାଇଲ କମ୍ପାନୀ ବନ୍ଦ ହେବା ପରେ ଏରିକ୍ସନକୁ ୪୫୩ କୋଟି ବକେୟା ଟଙ୍କା ଦେବା ବନ୍ଦ କରିଦେଇଥିଲା। ଏହାପରେ ବକେୟା ଟଙ୍କା ଦାବିରେ ଆରକମ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା ଏରିକ୍ସନ।



from Odisha Reporter https://ift.tt/2FidCCC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages