ଟିକେଟ୍ ଚୂଡ଼ାନ୍ତ ପାଇଁ ଆସିଲେ ଗୀତା ମେହେଟ୍ଟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଟିକେଟ୍ ଚୂଡ଼ାନ୍ତ ପାଇଁ ଆସିଲେ ଗୀତା ମେହେଟ୍ଟା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଟିକେଟ୍ ଚୂଡ଼ାନ୍ତ ପାଇଁ ନବୀନ ନିବାସରେ ଚାଲିଥିବା କସରତ ମଧ୍ୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଆଜି ଭୁବନେଶ୍ୱରରେ ପହଞ୍ôଚଛନ୍ତି। ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଗୀତା ଓଡ଼ିଶା ଆସିବାକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏପରିକି ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ ତାହା ଗୀତାଙ୍କ ମୋହର ବାଜିବା ପରେ ଘୋଷଣା ହେବ ବୋଲି ଜଣାପଡ଼ିଛି।

ନବୀନ ନିବାସ ସୂତ୍ର ଅନୁସାରେ ନବୀନଙ୍କ ଭଉଣୀ ଗୀତା ଓ ତାଙ୍କ ପତି ସନ୍ନି ମେହେଟ୍ଟା ଆଜି ନବୀନ ନିବାସରେ ପହଞ୍ôଚଛନ୍ତି। ସେମାନେ ୨୫ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ଗୀତା ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିପାରନ୍ତି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବିଜେଡିର ଟିକେଟ୍ ଚୂଡ଼ାନ୍ତ ପ୍ରକ୍ରିୟାରେ ନବୀନଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଭଉଣୀ ଗୀତା ଓ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କ ପ୍ରମୁଖ ଭୂମିକା ରହୁଛି।

ବିଭିନ୍ନ ପର୍ଯ୍ୟାୟର ଆଲୋଚନା ଓ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହୋଇଥିବା ଦଳୀୟ ପ୍ରାର୍ଥୀ ତାଲିକାକୁ ଗୀତା ଗ୍ରୀନ୍ ସିଗନାଲ ଦେବାପରେ ହିଁ ତାକୁ ନବୀନ ଘୋଷଣା କରିବେ। ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପୂର୍ବରୁ ଗୀତାଙ୍କୁ ମଧ୍ୟ ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି । ତେବେ ଦଳୀୟ କାର୍ଯ୍ୟକ୍ରମରେ ଗୀତାଙ୍କ ଏଭଳି ହସ୍ତକ୍ଷେପକୁ ପାୱାର କରିଡରର ପ୍ରମୁଖ ବ୍ୟକ୍ତିମାନେ ନାପସନ୍ଦ କରିବାରେ ଲାଗିଲେଣି।

ଉଲ୍ଲେଖଯୋଗ୍ୟ, ଦଳୀୟ ଟିକେଟ୍ ପାଇଁ ନବୀନ ନିବାସରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାଙ୍କ ଲମ୍ବା ଲାଇନ୍ ତଥା ଗହଳି ଲାଗି ରହୁଥିବା ଜାଣି ମଧ୍ୟ ଗୀତା ନିଜ ପତିଙ୍କ ସହ ନବୀନ ନିବାସ ଆସିବା ଯେ ପାରିବାରିକ ଓ ବ୍ୟକ୍ତିଗତ କାରଣରୁ ନୁହେଁ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ନବୀନ ନିବାସରେ ଗୀତା ରହିବା ଅବସରରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜେଡିକୁ ଫେରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଅନ୍ୟ ଏକ ସୂତ୍ର ଅନୁସାରେ ଦିଲ୍ଲୀପ ବିଦେଶ ଗସ୍ତରେ ଯାଇଥିବାବେଳେ ଗୀତାଙ୍କୁ ଆମେରିକାରେ ସାକ୍ଷାତ କରି ବିଜେଡିକୁ ଫେରିବାର ମାର୍ଗକୁ ପ୍ରଶସ୍ତ କରିଥିଲେ। ଯାହାକୁ କେବଳ ଏବେ ଚୂଡ଼ାନ୍ତ ରୂପ ଦିଆଯାଉଛି।



from Odisha Reporter https://ift.tt/2Oc0SjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages