ଷ୍ଟେସନରେ ଅଟକିଲାନି ଟ୍ରେନ୍: ଲୋକୋ ପାଇଲଟଙ୍କୁ ମିଳିଲା ଏମିତି ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଷ୍ଟେସନରେ ଅଟକିଲାନି ଟ୍ରେନ୍: ଲୋକୋ ପାଇଲଟଙ୍କୁ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ: ପାଖାପାଖି ୧୦ କିଲୋମିଟର ଆଗକୁ ମାଡ଼ିଗଲା ଟ୍ରେନ୍‌। ହଠାତ୍‌ ଟ୍ରେନ୍‌ର ଲୋକୋ ପାଇଲଟ୍‌(ଡ୍ରାଇଭର)ଙ୍କୁ କିଛି ଗଡ଼ବଡ଼ ଥିବା ଜଣା ପଡ଼ିଥିଲା ଆଉ ସେ ଟ୍ରେନ୍‌କୁ ଅଟକାଇ ଦେଲେ। ତେବେ ଯାଇ ଜଣାପଡ଼ିଲା ଯେ ସେ ଏକ ଷ୍ଟେସନ୍‌ ପଛରେ ଛାଡ଼ିଦେଲେ ବୋଲି। ତା’ପରେ ଗାର୍ଡ଼ ଓ ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ୧୦ କିମି ପଛକୁ ଫେରାଇଥିଲେ। ଏହାପରେ ସେହି ଷ୍ଟେସନ୍‌ରୁ ଯାତ୍ରୀମାନଙ୍କୁ ନେଇ ଆଗକୁ ବଢ଼ିଥିଲା ଟ୍ରେନ୍। ଏମିତି ଟ୍ରେନ୍‌ ପଛକୁ ଫେରିବା ଘଟଣା ପୂର୍ବରୁ ବୋଧହୁଏ କେବେ ଶୁଣିନଥିବେ ! ହେଲେ କଥା ଏତିକିରେ ସରି ନ ଥିଲା। ଏହି ଭୁଲ ଲୋକ ପାଇଲଟଙ୍କୁ ବେଶ ମହଙ୍ଗା ପଡ଼ିଲା।

ଏତେ ମହଙ୍ଗା ପଡ଼ିଲା ଯେ, ରେଳ ବିଭାଗ ଦୁଇଜଣଙ୍କୁ ସାରା ଜୀବନ କେବଳ ଇଞ୍ଜିନ୍‌ ଚଲାଇବାର ଦଣ୍ଡ ଦେଇଛନ୍ତି।

ବାସ୍ତବ ଘଟଣାଟି ଏମିତି। ଗତ ଫେବୃଆରୀ ୨୫ ତାରିଖର ଘଟଣା।  ୨୨୪୮୧ ନମ୍ବର ଟ୍ରେନ୍‌ଟି ଯୋଧପୁର୍‌ରୁ ବାହାରିଲା। ଟ୍ରେନ୍‌କୁ ଲୋକୋ ପାଇଲଟ୍‌ ଅବଦୁଲ୍ ୱହିଦ୍ ଓ ସହ ପାଇଲଟ୍‌ ଓମକାର କଟାରିଆ ଚଲାଉଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୂଯାୟୀ ଟ୍ରେନ୍‌ଟି ରାତି ୯.୩୦ରେ ଡେଗାନାରୁ ବାହାରିଥିଲା। ପରବର୍ତ୍ତୀ ଷ୍ଟପେଜ୍‌ ଥିଲା, ଛୋଟ ଖାଟୁ ଷ୍ଟେସନ୍। ଏଠି  କିଛି ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇବାର ଥିଲା। ହେଲେ ଷ୍ଟେସନ୍‌ରେ ଗାଡ଼ି ଅଟକି ନଥିଲା। ପାଖାପାଖି ୧୦ କିଲୋମିଟର୍ ଆଗକୁ ଗଡ଼ି ଯାଇଥିଲା।  କିଛି ସମୟ ପରେ ପାଇଲଟ୍  ଭୁଲ ଜାଣିପାରି ଟ୍ରେନ୍‌କୁ ପଛକୁ ଫେରାଇଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ରେଳ ବିଭାଗ ଏହାର ଯାଞ୍ଚ କରି ଲୋକୋ ପାଇଲଟ୍‌ ଅବଦୁଲ୍ ୱହିଦ୍ ଓ ସହ ପାଇଲଟ୍‌ ଓମକାର କଟାରିଆଙ୍କୁ ଦଣ୍ଡ ବିଧାନ କଲେ। ଦଣ୍ଡ ସ୍ୱରୂପ ଉଭୟଙ୍କୁ କେବଳ ଇଞ୍ଜିନ୍‌ ଚଳାଇବା ଓ ଟ୍ରେନ୍‌ର ଶଣ୍ଟିଂ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ଦୁଇଜଣ ଲୋକୋ ପାଇଲଟ ପାସେଞ୍ଜର ଟ୍ରେନ୍‌ ଚଳାଇ ପାରିବେ ନାହିଁ।

ରେଳ ଅଧିକାରୀଙ୍କ କହିବା ଅନୁଯାୟୀ ଖାଟୁ ଏକ ହଲ୍ଟ ଷ୍ଟେସନ୍। ଏଠି ସିଗ୍ନାଲ ବ୍ୟବସ୍ଥା ନାହିଁ କି କୌଣସି କର୍ମଚାରୀ ମଧ୍ୟ ଜଗି ନାହାଁନ୍ତି। ତେଣୁ ଷ୍ଟେସନ ଆସିବା ପୂର୍ବରୁ ଟ୍ରେନ୍‌ର ଗତିକୁ ଧୀର କରି ଷ୍ଟେସନରେ ରଖିବା କେବଳ ଲୋକ ପାଇଲଟ ଓ ସହାୟକ ଲୋକ ପାଇଲଟଙ୍କ ଦାୟିତ୍ୱ। ହେଲେ ୨ଜଣ ଯାକ ଟ୍ରେନ୍‌କୁ ରୋକିବା ବଦଳରେ ତୀବ୍ର ଗତିରେ ଆଗକୁ ବଢ଼ିଚାଲିଥିଲେ।



from Odisha Reporter https://ift.tt/2VNCXtu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages