ମିର୍‌ୱେଜ୍‌ଙ୍କୁ ସମନ୍‌, ମେହବୁବାଙ୍କୁ ବାଧିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ମିର୍‌ୱେଜ୍‌ଙ୍କୁ ସମନ୍‌, ମେହବୁବାଙ୍କୁ ବାଧିଲା

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ନେତା ତଥା ହୁରିୟତ୍ କନ୍‌ଫରେନ୍ସର ଅଧ୍ୟକ୍ଷ ମିର୍‌ୱେଜ୍‌ ଉମର ଫାରୁକ୍‌ଙ୍କୁ ଏନ୍‌ଆଇଏ ସମନ୍‌ ପଠାଇବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସେ କହିଛନ୍ତି, ଏହା ହେଉଛି ଆମର ଧାର୍ମିକ ପରିଚୟ ଉପରେ କେନ୍ଦ୍ରର ଲଗାତାର କୁଠାରଘାତର ନିଦର୍ଶନ।

ପିଡିପି ମୁଖ୍ୟ ମେହବୁବା ଚିରାଚରିତ ଭାବରେ ମିର୍‌ୱେଜ୍‌ଙ୍କ ପାଇଁ ଓକିଲାତି କରି କହିଛନ୍ତି, “ମିରୱେଜ୍ ଫାରୁକ୍ ସାଧାରଣ ବିଚ୍ଛିନ୍ନତାବାଦୀ ନେତା ନୁହନ୍ତି। ସେ କଶ୍ମୀର ମୁସଲିମ୍‌ଙ୍କର ଧାର୍ମିକ ଏବଂ ଆଧ୍ୟାତ୍ମିକ ମୁଖ୍ୟ।”

କେନ୍ଦ୍ର ଜମ୍ମୁକଶ୍ମୀରର ମୁଖ୍ୟ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ଏଭଳି ଷଡ଼ଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏନ୍‌ଆଇଏ ଶନିବାର ମିର୍‌ୱେଜ୍‌ଙ୍କ ସହିତ ହୁରିୟତ୍‌ ନେତା ସୟଦ୍‌ ଅଲ୍ଲୀ ଶାହ ଗିଲାନୀଙ୍କ ପୁଅ ନସୀମ୍ ଗିଲାନୀଙ୍କୁ ନୋଟିସ୍ ପଠାଇଥିଲା। ସେମାନଙ୍କୁ ସୋମବାର ଦିନ ନୂଆଦିଲ୍ଲୀଠାରେ ଏନ୍‌ଆଇଏ ହେଡ୍‌କ୍ୱାର୍ଟର୍ସରେ ହାଜର ହେବାକୁ କୁହାଯାଇଛି।



from Odisha Reporter https://ift.tt/2tWiRS9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages