କାର୍ଡ ଖୋଲୁନାହାନ୍ତି ବିଜୟ ମହାପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

କାର୍ଡ ଖୋଲୁନାହାନ୍ତି ବିଜୟ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲେ ମଧ୍ୟ ଓଡ଼ିଶା ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର ନିଜର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ପୁଣିଥରେ ଦିନ ଗଡ଼ାଇଛନ୍ତି। ୧୮ତାରିଖ ସୁଦ୍ଧା ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଶ୍ରୀ ମହାପାତ୍ର ସୂଚନା ଦେବେ ବୋଲି ପୂର୍ବରୁ କହିଥିବାବେଳେ ଆଜି ଆଉ କିଛି ଦିନ ସମୟ ନେଇଛନ୍ତି। କେନ୍ଦ୍ରାପଡ଼ା ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସେ ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ପରାମର୍ଶ କରି ନିଷ୍ପତ୍ତି ଜଣାଇବେ ବୋଲି ସୂଚନା ଦେଇଛନ୍ତି।

ଆଜି ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ଜଟିଳ ହେବ ଓ ଏଭଳି ହେବ ଯାହା ଓଡ଼ିଶାବାସୀ ଆଗରୁ କେବେ ଦେଖିନଥିବେ। ସେ ଆଗରୁ ମଧ୍ୟ ଏକଥା କହିଥିଲେ। କୌଣସି ଦଳରେ ସାମିଲ ହେବା ନେଇ ସେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇନାହାନ୍ତି। ତାଙ୍କ ସହ ବିଜେଡିରୁ କେହି ଯୋଗାଯୋଗ କରିନାହାନ୍ତି। ବିଜେପି ନେତୃବୃନ୍ଦ ବ୍ୟକ୍ତିଗତସ୍ତରରେ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରି ସେ ନିଜର ନିଷ୍ପତ୍ତି ନେବେ।

ଦିଲ୍ଲୀପ ରାୟ ନବୀନ ନିବାସ ଯିବା ପ୍ରସଙ୍ଗରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ଦିଲ୍ଲୀପ ଏ ପ୍ରସଙ୍ଗରେ ତାଙ୍କ ସହ କୌଣସି ଯୋଗାଯୋଗ କରିନାହାନ୍ତି ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ବିଜୟ ମହାପାତ୍ରଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗୃହୀତ ହୋଇନି। ତେଣୁ ସେ ବିଜେପିରେ ଅଛନ୍ତି। ତେବେ ଦିଲ୍ଲୀପଙ୍କ ପ୍ରସଙ୍ଗରେ ଦଳର କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ।



from Odisha Reporter https://ift.tt/2UBr1eo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages