ପାକ୍‌କୁ ଝଟ୍‌କା: ମାସୁଦ୍‌କୁ ନେଇ ଚୀନ୍‌ର ୟୁଟର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ପାକ୍‌କୁ ଝଟ୍‌କା: ମାସୁଦ୍‌କୁ ନେଇ ଚୀନ୍‌ର ୟୁଟର୍ଣ୍ଣ

ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ପାକିସ୍ତାନୀ ଆତଙ୍କୀ ତଥା ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମୃତ୍ୟୁ ସୌଦାଗର ମାସୁଦ୍‌ ଆଝାରକୁ ନେଇ ୟୁ ଟର୍ଣ୍ଣ ନେଇଛି ଚୀନ୍‌। ଗତ ଦୁଇ ଦଶନ୍ଧି ଧରି ମାସୁଦ୍‌ର ଢାଲ ପ୍ରମାଣିତ ହୋଇଆସିଥିବା ଏହି ପାକ୍‌-ବନ୍ଧୁ ରାଷ୍ଟ୍ରକୁ ନଇଁବାକୁ ବାଧ୍ୟ କରିଛି ଭାରତର କୂଟନୀତି। ଚୀନ୍‌ର ରାଷ୍ଟ୍ରଦୂତ ଲୁଓ ଝାଓହୁଇ ପ୍ରଥମ ଥର ପାଇଁ କହିଛନ୍ତି, ଜୈଶ୍‌ ମୁଖ୍ୟ ମାସୁଦ୍‌କୁ ନେଇ ଭାରତର ଚିନ୍ତା ଚୀନ୍‌ ‘ବୁଝିପାରୁଛି’ ଏବଂ ଏହି ସମସ୍ୟାର ଖୁବ୍‌ ଶୀଘ୍ର ସମାଧାନ କରାଯିବ।

ସେ କହିଥିଲେ, “ମସୁଦ୍‌ ଆଝାରକୁ ନେଇ ଭାରତର ସମସ୍ୟା ବାବଦରେ ଆମେ ବୁଝିପାରୁଛୁ ଏବଂ ଆମେ ବିଶ୍ୱାସ କରୁଛୁ ନିଶ୍ଚୟ କିଛି ସମସ୍ୟା ରହିଛି। ଏହି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ସମାଧାନ ହେବ ବୋଲି ଆଶା କରୁଛୁ।”


ଲୁଓ ଆହୁରି ମଧ୍ୟ କହିଛନ୍ତି, ଏହି ଆତଙ୍କବାଦୀକୁ କଳାତାଲିକାଭୁକ୍ତ କରିବା ପ୍ରସଙ୍ଗ ଖୁବ୍‌ ଶୀଘ୍ର ସମାଧାନ ହେବ ଏବଂ ଏହା ବର୍ତ୍ତମାନ ଟେକ୍ନିକାଲ ସମସ୍ୟା ଦୃଷ୍ଟିରୁ ଅଟକିଛି। ସୂଚନାଯୋଗ୍ୟଯେ ଚୀନ୍‌ ହିଁ ଭିଟୋ ଲଗାଇ ଜାତିସଂଘ ସୁରକ୍ଷା ପରିଷଦ ଆଝାରକୁ କଳା ତାଲିକାଭୁକ୍ତ କରିବା ପ୍ରକ୍ରିୟାରେ ରୋକ୍ ଲଗାଇଥିଲା।

ଖବର ସରବାରହ ସଂସ୍ଥା ଏନ୍‌ଆଇକୁ ସୂଚନା ଦେଇ ସେ କହିଥିଲେ, ଏହା ଟେକ୍ନିକାଲ କାରଣରୁ ଅଟକିଛି। ଏହାର ଅର୍ଥ ପରାମର୍ଶ ଚାଲୁ ରହିଛି। ମୋତେ ବିଶ୍ୱାସ କରନ୍ତୁ ଏହାର ସମାଧାନ ହେବ।

ଶନିବାର ଭାରତ ପକ୍ଷରୁ କୁହାଯାଇଥିଲା, ଚୀନ୍‌ ଏହି ପ୍ରସଙ୍ଗର ସମାଧାନ ପ୍ରୟାସ କରିବାଯାଏ ଭାରତ ଧୈର୍ଯ୍ୟର ସହିତ ଅପେକ୍ଷା କରିବ। ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ୍‌ ଆଝାରକୁ କଳାତାଲିକାଭୁକ୍ତ କରିବା ପାକିସ୍ତାନ ବିରୋଧରେ ଭାରତର ଅନ୍ୟତମ ବଡ଼ କୂଟନୀତିକ ବିଜୟ ହେବ କୁହାଯାଉଛି।
ଲୁଓ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଅଟକିଛିର ଅର୍ଥ ନୁହେଁ ଆମେ ରୋକ୍‌ ଲଗାଇଛୁ। ଆମେ ଆଶାବାଦୀ, ଆମେ ସମସ୍ତଙ୍କ ସହିତ ମିଶି କାମ କରିବୁ।

ସୂଚନାଯୋଗ୍ୟ ଯେ, ଭାରତ ପାକିସ୍ତାନରୁ ପରିଚାଳିତ ବିଭନ୍ନ ଆତଙ୍କବାଦୀ ସଂଗଠନ ଏବଂ ଏହାର ଆତଙ୍କୀମାନଙ୍କ ମଧ୍ୟରେ ଯଥେଷ୍ଟ ପ୍ରମାଣ ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପକାଇ ଆସୁଛି। କିନ୍ତୁ ପାକିସ୍ତାନ ଅଧିକ ପ୍ରମାଣ ମାଗି ଏହାକୁ ଟାଳି ଆସୁଛି। ଚୀନ୍‌ ମଧ୍ୟ ପାକିସ୍ତାନର ଭାଷା କହିଆସୁଛି। ଚୀନ୍‌ ମଧ୍ୟ ଜାତିସଂଘରେ କାରଣ ଦର୍ଶାଉଛି ମାସୁଦ୍‌ ବିରୋଧରେ ଯଥେଷ୍ଟ ପ୍ରମାଣ ନାହିଁ।



from Odisha Reporter https://ift.tt/2WaZJfj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages