ଇନ୍ଦିରାଙ୍କ ନିଧନ ପରେ ଏଣ୍ଟ୍ରି କରିଥିଲେ ରାଜୀବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଇନ୍ଦିରାଙ୍କ ନିଧନ ପରେ ଏଣ୍ଟ୍ରି କରିଥିଲେ ରାଜୀବ

ନୂଆଦିଲ୍ଲୀ: ଦେଶର ୮ମ ଲୋକସଭା ନିର୍ବଚନ ହୋଇଥିଲା ୧୯୮୪ରେ। ୭ମ ଲୋକସଭାରେ ବହୁମତ ପାଇ ସରକାର ଗଢିଥିଲା କଂଗ୍ରେସ। ଏହାର ୪ ବର୍ଷ ପରେ ହଠାତ୍ ୧୯୮୪ ଅକ୍ଟୋବର ୩୧ ତାରିଖ ଇନ୍ଦିରା ଗାନ୍ଧୀଙ୍କ ନିଧନ ହୁଏ। ଏହି ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଇନ୍ଦିରାଙ୍କ ମୃତ୍ୟୁପରେ ଦଳ ନେତୃତ୍ୱହୀନ ହୋଇପଡ଼ିଥିଲା। ପରେ ପରେ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା। ଇନ୍ଦିରାଙ୍କ ପୁଅ ରାଜୀବ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ଏହାପରେ ନଭେମ୍ବର ୧୯୮୪ରେ ୮ମ ଲୋକସଭା ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା।

ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଥିବା ସମୟରେ ରାଜୀବ ଗାନ୍ଧୀ ବେଶ ଲୋକପ୍ରିୟ ହୋଇ ପାରିଥିଲେ। ତେବେ ଇନ୍ଦିରାଙ୍କ  ମୃତ୍ୟୁକାଳୀନ ସହାନଭୂତି କଂଗ୍ରେସକୁ ବେଶୀ ସଫଳତା ଆଣିଦେଇଥିଲା ଏହି ନିର୍ବାଚନରେ । ନିର୍ବାଚନ ପ୍ରଚାର ସମୟରେ ରାଜୀବଙ୍କ ପ୍ରତି ଭୋଟରଙ୍କ ଅକୁଣ୍ଠ ସମର୍ଥନ ଥିବା ଦେଖିବାକୁ ମିଳିଥିଲା। ତା ଛଡ଼ା ନିର୍ବାଚନ ବେଳେ ରାଜୀବ ଦେଶ ପ୍ରତି ନିଜ ପରିବାର ଲୋକଙ୍କ ଉତ୍ସର୍ଗୀକରଣକୁ ମନେ ପକାଇ ନିଜକୁ ଜଣେ ସଂସ୍କାରକ ଭାବେ ଉପସ୍ଥାପନ କରି ପାରିଥିଲେ ଭୋଟରଙ୍କ ପାଖେ। ଭୋଟରଙ୍କ ସହାନୁଭୂତିମୂଳକ ସମର୍ଥନ କଂଗ୍ରେସ ପ୍ରତି ଅଜାଡ଼ି ହୋଇ ପଡ଼ିଥିଲା। ଫଳରେ କଂଗ୍ରେସ ଜବରଦସ୍ତ ବିଜୟ ହାସଲ କରିଥିଲା। ୪୦୩ ଆସନ ଜିତିବା ସହ କଂଗ୍ରେସ ତାର ଲୋକପ୍ରିୟତାର ପ୍ରମାଣ ଦେଇ ପାରିଥିଲା। ୮ମ ଲୋକସଭାରେ କଂଗ୍ରେସର ଏହି ବିଜୟ ଥିଲା ଶ୍ରେଷ୍ଠ ବିଜୟ।



from Odisha Reporter https://ift.tt/2FctqFW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages